ବର୍ଷା କ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କ ଉପରେ ସବୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ବର୍ଷା କ୍ଷୟ,କ୍ଷତିକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ବର୍ଷା କ୍ଷୟକ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏ ନେଇ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି ।

ଅଦିନିଆ ବର୍ଷାରେ ଅନେକ ଜାଗାରେ ବ୍ୟପକ କ୍ଷୟକ୍ଷତି ହୋଇଛି । ଏ ନେଇ ୩ ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ।

ରିପୋର୍ଟ ଆସିବା ମାତ୍ରେ ସରକାରଙ୍କ ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।