fbpx

ଟ୍ୱିଟରକୁ ମୋଦୀ ସରକାରଙ୍କ ଶେଷ ଚେତାବନୀ: ନୂତନ ଆଇଟି ନିୟମ ଲାଗୁ କର, ନଚେତ୍ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ନୂତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲଗିଙ୍ଗ୍ ପ୍ଲାଟଫର୍ମ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଏଥର କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ମଧ୍ୟ ଦେଇଛନ୍ତି । ସରକାର ଏହା ମଧ୍ୟ କହିଛନ୍ତି ଯେ, ନୂତନ ଆଇଟି ନିୟମ ମାନି ନିଅ ନଚେତ୍ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ସରକାରଙ୍କ ପକ୍ଷରୁ ଜାରି ଶେଷ ନୋଟିସରେ କୁହାଯାଇଛି, ନୂତନ ଆଇଟି ପାଳନ କରିବାରେ ବିଫଳ ହେଲେ ଟ୍ୱିଟରକୁ ନୂତନ ଆଇଟି ନିୟମ ଆଧାରରେ ଦିଆଯାଉଥିବା ରିହାତି ମଧ୍ୟ ହରାଇବ । ସରକାର ଟ୍ୱିଟର ଇଣ୍ଡିଆକୁ ନୂତନ ଆଇଟି ନିୟମ ପାଳନ କରିବା ପାଇଁ ଫାଇନାଲ ନୋଟିସ୍ ଜାରି କରାଯାଇଛି ।

ସରକାର କହିଛନ୍ତି, ଟ୍ୱିଟର ଇଣ୍ଡିଆକୁ ନୂତନ ନିୟମ ତତ୍କାଳ ପାଳନ କରିବା ପାଇଁ ଏକ ଅନ୍ତିମ ନୋଟିସ୍ ଜାରି କରାଯାଇଛି । ଏମିତି ନକଲେ ଆଇଟି ଆକ୍ଟ ୨୦୦୦ର ଧାରା ୭୯ ଆଧାରରେ ମିଳୁଥିବା ରିହାତି ସମାପ୍ତ ହୋଇଯିବ । ନିୟମ ପାଳନ ନକଲେ ଯାହା କିଛି ପରିଣାମ ଭୋଗିବ ସେଥିପାଇଁ ଟ୍ୱିଟର ଦାୟୀ ରହିବ । କେବଳ ଏତିକି ନୁହେଁ ସରକାର ଟ୍ୱିଟରକୁ ସ୍ଥାନୀୟ ଅଧିକାରୀଙ୍କ ବ୍ୟତୀତ କମ୍ପାନୀର ଏକ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ କହିଛି, ଯିଏ ଅଭିଯୋଗର ଶୁଣାଣି ସହ ଏହାର ନିବାରଣ କରିବ ।

ଏହା ପୂର୍ବରୁ ସରକାର ମଧ୍ୟ ଟ୍ୱିଟରକୁ ଭାରତୀୟ ଅଧିକାରୀ ନିଯୁକ୍ତ କରିବା ଏବଂ ଏହାର ସୂଚନା ଆଦାନ ପ୍ରଦାନ କରିବାକୁ ନୋଟିସ୍ ଜାରି କରିଛି । ସରକାର ଚାହୁଁଛନ୍ତି ଯେ, ଗୁଗଲ, ଫେସବୁକ ପରି ଅନେକ କମ୍ପାନୀ ମଧ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରନ୍ତୁ । ଟ୍ୱିଟର ଅଦ୍ୟାବଧି ଭାରତରେ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଏବଂ ନୋଡାଲ ସଂପର୍କ ଅଧିକାରୀ ନିଯୁକ୍ତ କରି ସାରିଥିବା କହିଛି । କିନ୍ତୁ କେନ୍ଦ୍ର ସରକାର ଏମିତି କୌଣସି ଅଧିକାରୀ ନିଯୁକ୍ତ ହୋଇଥିବା ଏବଂ ଟ୍ୱିଟର ନୂତନ ଆଇଟି ନିୟମ ପାଳନ କରିନଥିବା କହିଛି ।

Get real time updates directly on you device, subscribe now.