CHARIDHAM

ଏକ ଲକ୍ଷ ନିବେଶ କଲେ ପାଇବେ ୧ କୋଟି, ମାଲାମାଲ କରିଦେବ ସରକାରଙ୍କ ଏହି ଯୋଜନା, ଜାଣନ୍ତୁ

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏକ ସରକାରୀ ଯୋଜନା, ଏହି ନିବେଶରେ ସରକାରଙ୍କ ଦ୍ୱାରା ଗ୍ୟାରେଣ୍ଟି ଦିଆଯାଇଥାଏ। ଏହି ଯୋଜନା ୧୫ ବର୍ଷର ଅବଧି ପାଇଁ ହୋଇଥାଏ। ହେଲେ ଏହାକୁ ୫-୫ ବର୍ଷ ବଢାଯାଇପାରିବ।

ନୂଆଦିଲ୍ଲୀ: ଯଦି ଆପଣ କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ମାତ୍ର ୧ ଲକ୍ଷ ଟଙ୍କା ନିବେଶ କରି ଏହି ସ୍ୱପ୍ନକୁ ସାକାର କରିପାରିବେ। ସଠିକ ଯୋଜନା ଏବଂ ଅନୁଶାସନ ସହ, ଆପଣ ନିଜ ପରିଶ୍ରମର ରୋଜଗାରକୁ ବଢାଇପାରିବେ। ଆସନ୍ତୁ, ଆଜି ଏହି ଖବରରେ ଜାଣିବା କିପରି ଏହା ସମ୍ଭବପର।

ପିପିଏଫ: ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ଏଥିରେ ନିବେଶ କଲେ ସରକାରଙ୍କ ସ୍ୱାରା ଗ୍ୟାରେଣ୍ଟି ଦିଆଯାଇଥାଏ। ଏହି ଯୋଜନା ୧୫ ବର୍ଷର ଅବଧୀ ପାଇଁ ହୋଇଥାଏ। ହେଲେ ଏହାକୁ ୫-୫ ବର୍ଷ ପାଇଁ ବଢାଯାଇ ପାରେ।

କେମିତି ହେବେ କୋଟିପତି: ଯଦି ଆପଣ ପ୍ରତି ବର୍ଷ ୧,୦୦,୦୦୦ର ନିବେଶ ଏହି ସରକାରୀ ସ୍କିମରେ କରୁଛନ୍ତି, ତେବେ ଆପଣଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ପଡିବ। ବର୍ତ୍ତମାନ ପିପିଏଫରେ ସୁଧ ଦର ୭.୧ ପ୍ରତିଶତ।

ଯଦି ଆପଣ ଏହି ରାଶିକୁ ୩୦ ବର୍ଷ ପର୍ଯ୍ୟନ୍ତ ବଢାଉଛନ୍ତି, ତେବେ ଆପଣଙ୍କ ମାଚ୍ୟୁରିଟି ରାଶି ଅଧିକ ବଢିଯିବ। ଉଦାହରଣ ସ୍ୱରୂପ..

ସମୁଦାୟ ନିବେଶ: ବାର୍ଷିକ ୧,୦୦,୦୦୦ ଟଙ୍କା × ୩୦ ବର୍ଷ= ୩୦,୦୦,୦୦୦ ଟଙ୍କା
୭.୧ ପ୍ରତିଶତ ହିସାବରେ ସମୁଦାୟ ସୁଧ: ହାରାହାରି ୭୩,୦୦,୬୦୭ ଟଙ୍କା
ସମୁଦାୟ ମ୍ୟାଚ୍ୟୁରିଟି ରାଶି: ୧,୦୩,୦୦,୬୦୭ ଟଙ୍କା

ଏହିଭଳି ଯଦି ଆପଣ ଏହାଠାରୁ ଆହୁରି ଅଧିକ ଟଙ୍କା ଲଗାନ୍ତି ତେବେ ଆପଣ କୋଟିପତି ହୋଇଯିବେ।