fbpx

ଦରଦାମ୍ ନିୟନ୍ତ୍ରଣ କରିବା ସରକାରଙ୍କ ପ୍ରାଥମିକତା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଥିବା ଦରଦାମ୍‌କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପ୍ରକାର ପଦକ୍ଷେପ ବିଷୟରେ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଦିଲ୍ଲୀରେ ଜି-୨୦ ର ଏକ ସଭା ବି-୨୦କୁ ସମ୍ବୋଧିତ କରିବା ସମୟରେ ସୀତାରମଣ କହିଥିଲେ କି, ଲମ୍ବା ସମୟ ପର୍ଯ୍ୟନ୍ତ ସୁଧହାର ଉଚ୍ଚସ୍ତରରେ ରହିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଅର୍ଥନୀତି ଉପରେ ପଡ଼ିପାରେ ।

ଉଲ୍ଲେଖେଯାଗ୍ୟ ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ପିତୀ ୭.୪୪% କୁ ବୃଦ୍ଧି ପାଇ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମୌସୁମି ବର୍ଷାର ଅସ୍ଥିରତା କାରଣରୁ ଦେଶର ଟମାଟର, ପିଆଜ ଆଦି ପନିପରିବାର ଦରଦାମ୍ ବୃଦ୍ଧି ପାଇଛି । ଯାହାର ପ୍ରଭାବ ଜୁଲାଇ ମାସରେ ମୁଦ୍ରାସ୍ପିତି ଉପରେ ପଡ଼ିଥିଲା ।

ଏହା ସହିତ ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା ସୁଧ ହାରରେ ବୃଦ୍ଧି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏକମାତ୍ର ଅସ୍ତ୍ର ଭାବରେ ଦେଖାଯିବା ଉଚିତ୍ ନୁହେଁ । ଏହା ବ୍ୟତୀତ ସରକାର ଯୋଗାଣ ଶୃଙ୍ଖଳା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଉନ୍ନତ ଯୋଗାଣ ଶୃଙ୍ଖଳାର ସମସ୍ୟା କାରଣରୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ । ସୂଚନାଯୋଗ୍ୟ ଯେ ଖାଦ୍ୟ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ଗତ ୨ ରୁ ୩ ମାସ ମଧ୍ୟରେ ଅନେକ ପଦକ୍ଷେପ ନେଇଛନ୍ତି । ସରକାର ଅଣ-ବାସମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ, ଶସ୍ତା ପିଆଜ ଏବଂ ଟମାଟୋ ବିକ୍ରୟ ଭଳି ପଦକ୍ଷେପ ଏଥିରେ ସାମିଲ ରହିଛି ।

Get real time updates directly on you device, subscribe now.