ଅର୍ଥବିଭାଗର ସ୍ପଷ୍ଟୀକରଣ: HDFC, ICICI, AXIS ବ୍ୟାଙ୍କ ସହ ଜାରି ରହିବ ସରକାର ନେଣଦେଣ
HDFC, ICICI, AXIS ବ୍ୟାଙ୍କ ନେଇ ଅର୍ଥବିଭାଗର ସ୍ପଷ୍ଟୀକରଣ । ଏହି 3 ବ୍ଯାଙ୍କ ସହ ସରକାର ନେଣଦେଣ ଜାରି ରହିବ ।
ଭୁବନେଶ୍ବର: HDFC, ICICI, AXIS ବ୍ୟାଙ୍କ ନେଇ ଅର୍ଥବିଭାଗର ସ୍ପଷ୍ଟୀକରଣ । ଏହି 3 ବ୍ଯାଙ୍କ ସହ ସରକାର ନେଣଦେଣ ଜାରି ରହିବ । ସମସ୍ତ ବିଭାଗକୁ ଚିଠି ଲେଖି ସୂଚନା ଦେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ । ଏହି 3 ବ୍ଯାଙ୍କ ଆକାଉଣ୍ଟ ଅନ୍ୟତ୍ର ଖୋଲିବା ଦରକାର ନାହିଁ ବୋଲି କହିଲେ ଅର୍ଥବିଭାଗ ।
ପ୍ରକାଶ ଥାଉକି, ଏହି 3 ଘରୋଇ ବ୍ୟାଙ୍କ ସହ ବ୍ୟବସାୟିକ ଓ ଜମା କାରବାର କରିବେନି ବୋଲି ସରକାର କହିଥିଲେ । ବ୍ୟାଙ୍କ ମାନଦଣ୍ଡ ପୂରଣ ନକରିବା ଓ ଗତ 2ବର୍ଷରେ ସରକାରଙ୍କ କିଛି ପ୍ରମୁଖ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଭଲ ପ୍ରଦର୍ଶନ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।
ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗ ଓ ସରକାରୀ ସଂସ୍ଥା ତୁରନ୍ତ ସଞ୍ଚୟ ଜମା, କରେଣ୍ଟ ଆକାଉଣ୍ଟ ଓ ଅନ୍ୟ ଆକାଉଣ୍ଟକୁ ବନ୍ଦ କରାଯିବ ଏବଂ ଫିକ୍ସ ଡିପୋଜିଟ୍ ଓ ଟର୍ମ ଡିପୋଜିଟ୍ ନିର୍ଦ୍ଧାରିତ ସମୟସୀମା ପୂରଣ ହେଲା ଯାଏଁ ବନ୍ଦ ରହିବ ବୋଲି କୁହାଯାଉଥିଲା ।