fbpx

ମା ସହିତ ଖାଇବା: ହୋଲିରେ ନିଜ ମା’ଙ୍କ ସହିତ ଖାଇବାର ଫଟୋ ଶେୟାର କରନ୍ତୁ,ଆହ୍ୱାନ ଦେଲେ ସରକାର

ନୂଆଦିଲ୍ଳୀ: ହୋଲି ପୂର୍ବରୁ ସରକାର ମା’ ଓ ସନ୍ତାନର ସମ୍ପର୍କକୁ ହାଇଲାଇଟ୍ କରିବାର ପ୍ରୟାସ କରିଛନ୍ତି । ମା’ ମାନଙ୍କ ସହିତ ଏହି ପର୍ବ ପାଳନ ପାଇଁ ସରକାର ସମସ୍ତଙ୍କୁ ନିବେଦନ କରିଛନ୍ତି । ନିଜ ମା’ଙ୍କ ସହିତ ଏହି ପାର୍ବଣ ମୂହୁର୍ତ୍ତ ଶେୟାର କରିବା ସହିତ ଏହି ରଙ୍ଗର ପର୍ବକୁ ଅଧିକ ସ୍ୱତନ୍ତ୍ର ବନାଇବାକୁ ସରକାର ଆହ୍ୱାନ ଦେଇଛନ୍ତି ।

ଏହା ସହିତ ନିଜ ମା’ଙ୍କ ସହିତ ଖାଉଥିବା ମୂହୁର୍ତ୍ତର ଏକ ଫଟୋ ଶେୟାର କରିବାକୁ ଅନୁରୋଧ କରାଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ହ୍ୟାସଟ୍ୟାଗ ମଧ୍ୟ ଶେୟାର କରାଯାଇଛି । ଶେୟାର କରାଯାଇଥିବା ଫଟୋ ଗୁଡିକ ମଧ୍ୟରୁ କିଛି ଫଟୋ ଚୟନ କରାଯିବ । ଉକ୍ତ ଫଟୋ ଗୁଡିକ ଭାରତ ସରକାରଙ୍କ ଅଫିସିଆଲ ଟ୍ୱିଟ୍ଟର ଆକାଉଣ୍ଟରେ ପୋଷ୍ଟ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷ ପରେ ନିଜ ମାଙ୍କୁ ଭେଟିବା ସହିତ ଏକାଠି ଖାଇଥିଲେ । ଏହାକୁ ଉଦାହରଣ ଭାବରେ ନେଇ ଭାରତ ସରକାରଙ୍କ ପକ୍ଷରୁ ଏହି ମିଶନ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.