ପ୍ରତି ଜିଲ୍ଲା ପାଇଁ ଭୁବନେଶ୍ୱରରେ ଗେଷ୍ଟହାଉସ୍ ତିଆରି କରିବେ ସରକାର
ରାଜଧାନୀରେ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ୧୦୦ କୋଠରୀ ବିଶିଷ୍ଟ ଭବନ।
ଭୁବନେଶ୍ୱର: ପ୍ରତି ଜିଲ୍ଲା ପାଇଁ ହେବ ଗେଷ୍ଟହାଉସ୍। ଏଣିକି ଓଡ଼ିଶାର କୋଣ ଅନୁକୋଣରୁ ରାଜଧାନୀ ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କ ରହଣୀରେ ହେବ ନାହିଁ ଅସୁବିଧା। ଓଡ଼ିଶାର ସବୁ ଜିଲ୍ଲାର ଲୋକମାନଙ୍କ ପାଇଁ ଏକ ବଡ଼ ସୁବିଧା କରିବାକୁ ଯାଉଛନ୍ତି ମୋହନ ସରକାର।
କାରଣ ପ୍ରତି ଜିଲ୍ଲା ପାଇଁ ରାଜଧାନୀରେ ହେବ ଗେଷ୍ଟହାଉସ୍। କୌଣସି ଜିଲ୍ଲାରୁ ବ୍ୟକ୍ତି ଆସିଲେ ରହଣିରେ ଆଉ ହେବନି ଆସୁବିଧା। ଲୋକଙ୍କ ସୁବିଧା ପାଇଁ ସରକାର ତିଆରି କରିବେ ଗେଷ୍ଟାହାଉସ୍।
ଯେଉଁଥିରେ ରହିବ ସବୁ ପ୍ରକାର ସୁବିଧା ସୁଯୋଗ। ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ୧୦୦ କୋଠରୀ ବିଶିଷ୍ଠ ଭବନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କାରଣ ଏପରି ଅନେକ ଲୋକ ଯେଉଁମାନଙ୍କର ଭୁବନେଶ୍ୱରରେ ଅନେକ କାମ ରଡୁଛି।
ତେଣୁ ବିଭିନ୍ନ ଜିଲ୍ଲାର ଲୋକ ପ୍ରତ୍ୟେକ ଦିନ ଭୁବନେଶ୍ୱର ଆସୁଛନ୍ତି। ହେଲେ ସେମାନଙ୍କ ମଧ୍ୟରେ ଅନେକ ମଧ୍ୟବିତ୍ତ ପରିବାର ବା ନିମ୍ନ ପରିବାରରୁ ଆସୁଛନ୍ତି। ତେଣୁ ରାଜଧାନୀରେ ହୋଟେଲ ନେଇ ରହିବା କିମ୍ୱା ଦିନେ ଦୁଇ ଦିନ ପାଇଁ କେଉଁଠି ଆଶ୍ରୟ ନେବା ସୁବିଧା ହେଉନି।
ତେଣୁ ଅନେକ ଲୋକ ରାସ୍ତା କଡ଼ରେ ଶୋଇ ରହୁଥିବାର ଆପଣମାନେ ଦେଖିବାକୁ ପାଇଥିବେ। ତେଣୁ ଦିଗରୁ ଆଲୋକପାତ କରି ସରକାର ପ୍ରତ୍ୟେକ ଜିଲ୍ଲାର ଲୋକଙ୍କ ପାଇଁ ଗେଷ୍ଟହାଉସ୍ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି।