fbpx

ସରକାରଙ୍କ ବଡ଼ ଘୋଷଣା: ଏହି ଚାଉଳ ରପ୍ତାନୀ ଉପରେ ବ୍ୟାନ ଆଦେଶ ଜାରି

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଚାଉଳ ରପ୍ତାନୀକୁ ନେଇ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ଅଣ-ବାସୁମତୀ ଚାଉଳର ରପ୍ତାନୀ ଉପରେ ସରକାର ବ୍ୟାନ ଆଦେଶ ଜାରି କରିଛନ୍ତି । ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ(ଡିଜିଏଫଟି) ତରଫରୁ ଏ ନେଇ ସୂଚନା ଦିଆଯାଇଛି । ନିର୍ଦ୍ଦେଶ ଅନୁସାରେ, ଅଣ-ବାସୁମତୀ ଚାଉଳର ରପ୍ତାନୀ ନିୟମ ପୂର୍ବରୁ ମୁକ୍ତ ଥିବା ବେଳେ ଏହା ଉପରେ ଏବେ ପ୍ରତିବନ୍ଧକ ଲଗାଯାଇଛି ।

ତେବେ କେତେକ ସର୍ତ୍ତ ଅନୁଯାୟୀ ଏହାକୁ ରପ୍ତାନୀ କରାଯାଇ ପାରିବ ବୋଲି ଏଥିରେ କୁହାଯାଇଛି । ସେହିପରି ଅନ୍ୟ ଦେଶ ଗୁଡ଼ିକର ଖାଦ୍ୟ ସୁରକ୍ଷା ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଏହାକୁ ରପ୍ତାନୀ କରାଯାଇ ପାରିବ । ଏହାବ୍ୟତୀତ ଅନ୍ୟ ସରକାରଙ୍କ ଅନୁରୋଧକ୍ରମେ ମଧ୍ୟ ଚାଉଳ ରପ୍ତାନୀ କରାଯାଇ ପାରିବ ବୋଲି ସରକାରଙ୍କ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ଏହାପୂର୍ବରୁ ଉଷୁନା ଚାଉଳ ବ୍ୟତୀତ ଅଣ-ବାସୁମତୀ ଚାଉଳ ଉପରେ ୨୦% ରପ୍ତାନୀ ଶୁଳ୍କ ଲଗାଇଥିଲେ ।

ସୂଚନା ଅନୁସାରେ, ଚୀନ ପରେ ଭାରତ ହେଉଛି ଚାଉଳର ସବୁଠୁ ବଡ଼ ଉତ୍ପାଦକ । ସାରା ବିଶ୍ୱରେ ଉତ୍ପାଦନ ହେଉଥିବା ଚାଉଳର ୪୦ ପ୍ରତିଶତ ଭାରତରେ କରାଯାଉଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୨.୧୨ କୋଟି ଟନ୍ ଚାଉଳ ରପ୍ତାନୀ ହୋଇଥିବା ବେଳେ ୩୯.୪ ଲକ୍ଷ ଟନ୍ ବାସୁମତୀ ଚାଉଳ ରପ୍ତାନୀ ହୋଇଛି । ତେବେ ଏଥିରେ ୬.୧୧ ଆରବ ଡଲାର ରହିଥିଲା ଅଣ ବାସୁମତୀ ଚାଉଳର ରପ୍ତାନୀ । ୨୦୨୧-୨୨ ମସିହାରେ ବିଶ୍ୱର ୧୫୦ରୁ ଅଧିକ ଦେଶକୁ ଅଣବାସୁମତୀ ଚାଉଳ ରପ୍ତାନୀ କରିଥିଲା ଭାରତ ।

Get real time updates directly on you device, subscribe now.