ମହାକୁମ୍ଭରେ ବୁଡ଼ ପକାଇଲେ ରାଜ୍ୟପାଳ: ରାଜ୍ୟବାସୀଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କଲେ କାମନା

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟ ଲେଡି ଜୟଶ୍ରୀ କମ୍ଭମପାଟି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି ଏବଂ ଏହା ସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି।

ପବିତ୍ର ପ୍ରୟାଗରାଜ ସଙ୍ଗମସ୍ଥଳରେ ଦେଶ ବିଦେଶର କୋଟି କୋଟି ଭକ୍ତ ଗଭୀର ବିଶ୍ୱାସ ସହିତ ଏକତ୍ରିତ ହେଉଛନ୍ତି । ପ୍ରୟାଗରାଜ ମହାକୁମ୍ଭର ସଫଳ ଆୟୋଜନ ଓ ସୁନ୍ଦର ବ୍ୟବସ୍ଥା ପାଇଁ ରାଜ୍ୟପାଳ ଡ଼ଃ କମ୍ଭମପାଟି ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ, ଏହି ମହାକୁମ୍ଭ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆଧ୍ୟାତ୍ମିକତାର ପ୍ରତିଫଳନ ଅଟେ । ଏଠାରେ ଦେଖା ଯାଉଥିବା ଭକ୍ତି, ଶୃଙ୍ଖଳା ଓ ସମନ୍ୱୟର ଭାବନା ପ୍ରକୃତରେ ପ୍ରେରଣାଦାୟକ ବୋଲି ରାଜ୍ୟପାଳ କହିଛନ୍ତି ।