ଗୋବିନ୍ଦାଙ୍କୁ ନେଇ ଆସିଲା ବଡ଼ ଖବର, ସ୍ତ୍ରୀ ସୁନୀତାଙ୍କୁ ଦେବାକୁ ଯାଉଛନ୍ତି ଛାଡ଼ପତ୍ର

ଗୋବିନ୍ଦାଙ୍କ ୩୭ ବର୍ଷର ବୈବାହିକ ଜୀବନରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଗୋବିନ୍ଦା-ସୁନୀତାଙ୍କ ଯୋଡ଼ିକୁ ନେଇ ଚାରିଆଡେ ଚର୍ଚ୍ଚା ।

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଦୁଃଖ ଖବର । କାରଣ ଗୋବିନ୍ଦାଙ୍କ ବୈବାହିକ ଜୀବନରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ ।

ପତ୍ନୀ ସୁନୀତାଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ୯୦ ଦଶକରେ ବି.ଟାଉନରେ ହଇଚଇ ସୃଷ୍ଟି କରିଥିବା ଗୋବିନ୍ଦା; ଯାହା ତାଙ୍କ ପ୍ରଶଂସକଙ୍କୁ ଗଭୀର ଆଘାତ ଦେବ ନିଶ୍ଚୟ ।

ଅଲଗା ରହୁଛନ୍ତି : ଗୋବିନ୍ଦାଙ୍କ ୩୭ ବର୍ଷର ବାହାଘର ଜୀବନରେ ପଡ଼ିବାକୁ ଯାଉଛି ପୂର୍ଣ୍ଣ ଚ୍ଛେଦ । ଦୁହେଁ କିଛିଦିନ ହେବ ଅଲଗା ରହୁଥିବା ଚର୍ଚ୍ଚା ହେଉଥିବାବେଳେ ଗୋବିନ୍ଦା କିମ୍ବା ସୁନୀତା ବିବାହ ବିଚ୍ଛେଦ ନେଇ ନିଜଆଡ଼ୁ କୌଣସି ସୂଚନା ଦେଇ ନାହାନ୍ତି ।
ମିଡିଆ ରିପୋର୍ଟ ଅନୁସାରେ ସୁନୀତା ଏବଂ ଗୋବିନ୍ଦା ପରସ୍ପରଠାରୁ ଦୂରତା ରକ୍ଷା କରୁଛନ୍ତି । ନିକଟରେ ସୁନୀତା ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେ, ଦୁହେଁ ଅଲଗା ଘରେ ରହୁଛନ୍ତି ।

ଗୋବିନ୍ଦା ତାଙ୍କ ବଙ୍ଗଳାରେ ରୁହନ୍ତି କାରଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ମିଟିଂ ଏବଂ ଲୋକଙ୍କ ସହ ସାକ୍ଷାତ କରିବାକୁ ପଡ଼ିଥାଏ । ଆମର ଦୁଇଟି ଘର । ଆମ ଆପାର୍ଟମେଣ୍ଟର ଅପୋଜିଟରେ ବଙ୍ଗଳା ରହିଛି ।

କିଛି କହିନାହାନ୍ତି: ଫ୍ଲାଟରେ ସୁନୀତା ଏକ ସ୍ୱତନ୍ତ୍ର ମନ୍ଦିର ତିଆରି କରିଥିବାବେଳେ ସେଠାରେ ସେ ପିଲାମାନଙ୍କ ସହ ରୁହନ୍ତି । ଗୋବିନ୍ଦାଙ୍କୁ ଗହଳି ପସନ୍ଦ ଥିବା ଯୋଗୁ ସେ ସବୁବେଳେ ୧୦-୧୨ ଲୋକଙ୍କୁ ନିଜ ପାଖରେ ବସେଇ ଗପସପ କରନ୍ତି ବୋଲି ସୁନୀତା କହିଛନ୍ତି ।

ବର୍ତ୍ତମାନ ସମୟରେ ଗୋବିନ୍ଦା ଓ ସୁନୀତା ବିବାହ ବିଚ୍ଛେଦ ହେବ ବୋଲି ଚାରିଆଡ଼େ ଚର୍ଚ୍ଚା ଜୋର ଜରିଛି । ହେଲେ ସେମାନଙ୍କ ତରଫରୁ ଏ ନେଇ କୌଣସି ସୂଚନା ମିଳିନାହିଁ ।