fbpx

ନିର୍ବାଚନରେ ବ୍ୟବହାର ହେଉଛି ସରକାରୀ ବସ: ସେପଟେ ଗାଡି ନ ପାଇ ଅସନ୍ତୁଷ୍ଟ

Advertisement

ରାଇଘର: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ୨୦୨୨ ପଞ୍ଚାୟତ ନିର୍ବାଚନ । ତେଣୁ ଚଳଚଞ୍ଚଳ ହୋଇ ଉଠିଛି ସାରା ରାଜ୍ୟ । ଏମିତିକି ଘରୋଇ ବସ ସେବା ମଧ୍ୟ ଚଳଚଞ୍ଚଳ ହୋଇଛି । ନିର୍ବାଚନ ପ୍ରକ୍ରିୟାରେ ଲାଗି ପଡିଛି ସରକାରୀ ଏବଂ ଘରୋଇ ବସ । ଏହି ବସ ଗୁଡିକରେ ସାମିଲ ରହିଛି ସରକାରୀ OSRTC ବସ । ସେପଟେ ବସ ନ ମିଳିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଯାତାୟତ ପାଇଁ ବସ ନ ମିଳିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ଉଚିତ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରୁ ନାହାନ୍ତି । ଫଳରେ ଜନସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ନିର୍ବାଚନରେ ସରକାରୀ ବସ ବ୍ୟବହାର କରାଯିବା ଘଟଣାକୁ ବିରୋଧ କରିଛନ୍ତି ସାଧାରଣ ଲୋକ ।

Get real time updates directly on you device, subscribe now.