fbpx

ଏହି ଦିନରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦର: ସରକାରଙ୍କ ତରଫରୁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦରବୃଦ୍ଧି ସମୟରେ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ତୈଳଦର ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି ସରକାର । ଏତିପାଇଁ ଦୀର୍ଘ ଦିନରୁ କରାଯାଉଥିବା ଏକ ପ୍ରକଳ୍ପରେ ସଫଳତା ମିଳି ସାରିଛି । ତେଣୁ ଆସନ୍ତା ଦିନରେ ପେଟ୍ରୋଲ-ଡିଜେଲ ଦରରେ ଲଗାମ ଲଗାଇବା ପାଇଁ ଯାଉଛନ୍ତି ସରକାର । କିଛି ପେଟ୍ରୋଲ ପମ୍ପରେ ୨୦ ପ୍ରତିଶତ ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ-ଡିଜେଲ ମିଳିବ ।

ସୂଚନା ଅନୁସାରେ, ୧ ଏପ୍ରିଲ ୨୦୨୩ ତାରିଖରୁ ପେେଟ୍ରୋଲ-ଡିଜେଲକୁ ନେଇ ହେଉଥିବା ଦରବୃଦ୍ଧିରୁ ଆଶ୍ୱସ୍ତି ପାଇବେ ସାଧାରଣ ଜନତା । ସରକାର ଏହି ଦରକୁ କମ କରିବା ଦିଗରେ ପଦକ୍ଷେପ ନେଉଛନ୍ତି । ଦେଶର କିଛି ପେଟ୍ରୋଲ ପମ୍ପରେ ୨୦ ପ୍ରତିଶତ ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ-ଡିଜେଲ ଉପଲବ୍ଧ ରହିବ । ତେବେ ୨୦୩୦ ପୂର୍ବରୁ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଯୋଜନା କରିଥିଲେ ସରକାର । କିନ୍ତୁ ଏହାକୁ ପରେ କମ କରିଦିଆଯାଇଥିଲା । ଇଥାନଲ ମାତ୍ର ୬୨ ଟଙ୍କାରେ ଉପଲବ୍ଧ ହେବ । ତେଣୁ ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ପେଟ୍ରୋଲିୟମ ମିନିଷ୍ଟର ନିତିନ ଗଡକରୀ ସ୍ୱତନ୍ତ୍ର ଯୋଜନା କରୁଛନ୍ତି । ଏଥିପାଇଁ ଦେଶରେ ଇଥାନଲ ଉତ୍ପାଦନ ବଢାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ସରକାର ।

ପ୍ରତିଦିନ ୬ କୋଟିରୁ ଅଧିକ ଲୋକ ପେଟ୍ରୋଲ ପମ୍ପରେ ପହଞ୍ଚିଥାନ୍ତି । ଏହାଫଳରେ ଦୈନିକ ୫ ମିଲିୟନ ବ୍ୟାରେଲ ପେଟ୍ରୋଲ ବ୍ୟବହାହର ହୋଇଥାଏ । ବର୍ତ୍ତମାନ ସମୟରେ ପେଟ୍ରୋଲ ଓଏମସିର ପୁନରୁଦ୍ଧାର ଅଧୀନରେ ଲିଟର ପିଛା ୯-୧୧ଟଙ୍କା ରହିଥିବା ବେଳେ ଡିଜେଲରେ ଏହା ୨୪-୨୬ ଟଙ୍କାରେ ରହିଛି ।

Get real time updates directly on you device, subscribe now.