fbpx

ଲଗାଣ ବର୍ଷା ଯୋଗୁଁ ଗମ୍ଭୀର ହେଉଛି ସ୍ଥିତି: ଏହି ସ୍ଥାନ ପାଇଁ ଜାରି ହେଲା ଅରେଞ୍ଜ ଆଲର୍ଟ

ଥିରୁଅନନ୍ତପୁରମ: ଲଗାଣ ବର୍ଷା ପାଇଁ କେରଳର ସ୍ଥିତି ଗମ୍ଭୀର ଆଡକୁ ଗତି କରୁଛି । ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପାଣିପାଗ ବିଭାଗ ମଧ୍ୟ ଏଥିରେ ଚିନ୍ତା ବଢାଇ ଦେଇଛି । ରାଜ୍ୟର ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ପ୍ରବଳ ବର୍ଷା କେରଳବାସୀଙ୍କୁ ଚିନ୍ତାରେ ପକାଇଛି । ଏହା ଉପରେ ଆହୁରି ଚିନ୍ତା ବଢାଇ ଦେଇଛି ପାଣିପାଗ ବିଭାଗର ଚେତାବନୀ । ରାଜ୍ୟର ୭ଟି ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ତ୍ରିଶୂର, ପଲକ୍କଡ, ମଲପ୍ପୁରମ, କୋଝିକୋଡ ସମେତ ବାୟନାଡ, କନ୍ନୁଡ ଏବଂ କାସରଗୋଡ ଆଦି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କେରଳ ତଥା ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ପ୍ରଭାବରେ ବିଦର୍ଭା ପର୍ଯ୍ୟନ୍ତ ଆଗାମୀ ୫ ଦିନ ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ ।

ପ୍ରଥମ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଶେଷ ୨ ଦିନରେ ବର୍ଷାର ପରିବାଣ କମିପାରେ ବୋଲି ଆଶଙ୍କା କରାଯାଉଛି । ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ମୌସୂମି ଆସିବା ପୂର୍ବରୁ ଏପରି ସ୍ଥିତିକୁ ନଜରରେ ରଖି ଜିଲ୍ଳା ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଥିଲେ ରାଜ୍ୟ ସରକାର । ଆଗାମୀ ସ୍ଥିତି ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Get real time updates directly on you device, subscribe now.