ଡାଲି, ଚାଉଳ ଏବଂ ମଟରର ବଢିବ ରେଟ୍‌! ସରକାରଙ୍କ ବଡ଼ ଘୋଷଣା

ବଢିଯିବ ଏହି ଜିନିଷର ରେଟ୍‌, ଜାଣନ୍ତୁ କଣ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ମସୁର ଡାଲି, ମଟର ଏବଂ ଭଙ୍ଗା ଚାଉଳକୁ ନେଇ ସରକାର ଏକ ବଡ ଘୋଷଣା କରିଛନ୍ତି। ରବିବାର ଦିନ ସରକାର ଘୋଷଣା କରିଛନ୍ତି ଯେ, ମସୁର ଡାଲି ଉପରେ 10 ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯିବ।

ଏହା ବ୍ୟତୀତ ମଟରର ଡ୍ୟୁଟି-ଫ୍ରି ଆମଦାନୀ 3 ମାସ ପାଇଁ ବୃଦ୍ଧି କରାଯାଇଛି। ମାର୍ଚ୍ଚ 8 ତାରିଖରୁ ଡାଲି ଉପରେ 5 ପ୍ରତିଶତ ବେସିକ କଷ୍ଟମ୍ ଡ୍ୟୁଟି ଏବଂ 5 ପ୍ରତିଶତ Agricultural Infrastructure and Development Cess ଲାଗୁ କରିବାକୁ କେନ୍ଦ୍ର ସରକାର କହିଛନ୍ତି।

ଡାଲି ଏବଂ ମଟରର ଆମଦାନୀ: ଏହି ଘୋଷଣା ପୂର୍ବରୁ ଡାଲି ଆମଦାନୀ ଶୁଳ୍କମୁକ୍ତ ରଖାଯାଇଥିଲା। ଏଥି ସହିତ, କେନ୍ଦ୍ର ସରକାର ଡିସେମ୍ବର 2023 ରେ ମଟର ଆମଦାନୀ କରିବାକୁ ଅନୁମତି ଦେଇଥିଲେ ଏବଂ ପରେ ଏହାକୁ ଫେବୃଆରୀ 28 ପର୍ଯ୍ୟନ୍ତ ତିନିଥର ବୃଦ୍ଧି କରାଯାଇଥିଲା।

ମନି କଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ, 2024 ମସିହାରେ ଡାଲିର ମୋଟ ଆମଦାନୀ 67 ଲକ୍ଷ ଟନ୍ ଥିଲା, ଯେଉଁଥିରେ ମଟର ଅଂଶ ପ୍ରାୟ 30 ଲକ୍ଷ ଟନ୍ ଥିଲା।

ସରକାର କାହିଁକି ନେଲେ ଏଭଳି ନିଷ୍ପତ୍ତି: ବର୍ତ୍ତମାନ ଦେଶର ସରକାରୀ ଗୋଦାମରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ଅଛି। ଏହା ବ୍ୟତୀତ ଖୁଚୁରା ମୂଲ୍ୟ ମଧ୍ୟ ନିୟନ୍ତ୍ରଣରେ ରହିଛି।

2023-24 ମସିହାରେ ଭାରତ ଗାମ୍ବିଆ, ବେନିନ୍, ସେନେଗାଲ ଏବଂ ଇଣ୍ଡୋନେସିଆ ପରି ଦେଶକୁ 194.5 ମିଲିୟନ ଡଲାର ମୂଲ୍ୟର ଭଙ୍ଗା ଚାଉଳ ରପ୍ତାନି କରିଥିଲା। ଏଥି ସହ, 2022-23 ବର୍ଷରେ ଏହି ସଂଖ୍ୟା 98.34 କୋଟି ଡଲାର ଥିଲା। ଯେତେବେଳେ କି 2021-22 ବର୍ଷରେ ଏହି ସଂଖ୍ୟା 1.13 ବିଲିୟନ ଡ଼ଲାର୍ ଥିଲା।