fbpx

ଦଶମ ପାସ୍ ପିଲାଙ୍କୁ ମିଳିବ ସରକାରୀ ଚାକିରୀ: ବ୍ୟାଙ୍କରୁ ପୋଷ୍ଟ ଅଫିସ ବମ୍ପର ନିଯୁକ୍ତି

Advertisement

ଓଡ଼ିଶା ଭାସ୍କର: ସରକାରୀ ଚାକିରୀ ସନ୍ଧାନରେ ଯଦି ଅଛନ୍ତି, ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା । ବ୍ୟାଙ୍କରୁ ଆରମ୍ଭ କରି ଏସଏସସି ଯାଏଁ କାହା ପାଇଁ କେବେ ପର୍ଯ୍ୟନ୍ତ ଓ କେମିତି ଫର୍ମ ଭରିବେ ସେସବୁ ନୋଟ କରିନେବା ଦରକାର । ଏହି ଭାକେନ୍ସି ୧୦ ପାସଠୁ ଆରମ୍ଭ କରି ଗ୍ରାଜୁଏସନ କରିଥିବା ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ । ଏ ବିଷୟରେ ସଂକ୍ଷିପ୍ତ ଭାବେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଡିଟେଲ ରେ ଜାଣିବା ପାଇଁ ଆପଣ ଅଫିସିଆଲ ୱେବସାଇଟକୁ ଯାଇ ନୋଟିସ ଦେଖିପାରିବେ ।

ସର୍ବପ୍ରଥମେ ଇଣ୍ଡିଆ ପୋଷ୍ଟରେ ଭର୍ତି । ଏଥିରେ ଗ୍ରାମୀଣ ଡାକ ସେବକର ୩୫ ହଜାର ପଦବୀରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତ ହେବେ । ୧୦ମ ପାସ୍ କରିଥିବା ପିଲା ଜୁଲାଇ ୧୫ ତାରିଖ ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ । ଏଥିପାଇଁ ଶୁଳ୍କ ମାତ୍ର ୧୦୦ ଟଙ୍କା ଲାଗିବ । ଏଜ ଲିମିଟ ୧୮ରୁ ୪୦ ବର୍ଷ ରହିଛି । ଆବେଦନ ପାଇଁ ndiapostgdsonline.gov.in କୁ ଯାଇପାରିବେ ।

ଏହାପରେ ଗ୍ରାଜୁଏସନ କରିଥିବା ପିଲା ଏସଏସସି ସିଜିଏଲ ପାଇଁ ୨୫ ଜୁାଲଇ ଭିତରେ ଆବେଦନ କରିପାରିବେ । ଆବେଦନ କରିବାକୁ ଆପଣଙ୍କୁ ssc.gov.in କୁ ଯିବାକୁ ପଡିବ । ୧୮ରୁ ୩୨ ବର୍ଷ ପିଲା ଆବେଦନ କରିପାରିବେ । ମୋଟ ୧୭ ହଜାର ୭୨୭ ପଦୀବରେ ହେବ ନିଯୁକ୍ତି ।

ସେହିପରି ଆଇବିପିଏସ କ୍ଲର୍କ ପଦବୀ ପାଇଁ ବି ନୋଟିସ ଜାରି ହୋଇଛି । ଏ ହିସାବରେ ପବ୍ଲିକ ସେଣ୍ଟର ବ୍ୟାଙ୍କ ରେ କ୍ଲର୍କ ପଦବୀ ପାଇଁ ପ୍ରାର୍ଥୀଙ୍କର ଚୟନ ହେବ । ଗ୍ରାଜୁଏସନ ପାସ କରିଥିବା ପିଲା ୨୧ ଜୁଲାଇ ଭିତରେ ଏଥିପାଇଁ ଆବେଦନ କରିପାରିବେ । ୬୧୨୮ ଟି ପଦୀବ ଏଥିରେ ପୂରଣ ହେବ ଏବଂ ଦରମା ରହିଛି ୪୭ ହଜାର ।

Get real time updates directly on you device, subscribe now.