ଆସନ୍ତା ଶିକ୍ଷାବର୍ଷରୁ NEPରେ ହେବ ପାଠପଢା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଜାତୀୟ ଶିକ୍ଷା ନୀତି ପାଠପଢାରେ ସାମିଲ ହେବ। ଏନେଇ ସୂଚନା ଜାରି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଭୁବନେଶ୍ୱର: ଅସନ୍ତା ଶିକ୍ଷାବର୍ଷରୁ ଏନଇପିରେ ହେବ ପଠାପଢା। ଏନେଇ ସୂଚନା ଜାରି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ, ବାଲବାଟିକାରୁ ଆରମ୍ଭ ହେବ ଏନଇପି। ଜାନୁଆରୀ ୨୧,୨୨, ୨୩ରେ ୱାର୍କସପ୍ ଅନୁଷ୍ଠିତ ହେବ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ପାଠପଢାରେ ବୈପ୍ଳବିକ ପରିବର୍ତ୍ତନ ହେବ। ନେସନାଲ ଏଜୁକେସନ ପଲିସି ଭାରତର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖିଛି। ଏହି ଏନଇପି ୨୦୨୦ ମସିହାରେ ଆରମ୍ଭ କରାଯାଇଥିଲା।