fbpx
BSKY
BJD MC SKY
BJD MS SKY

MLA, MP, Ministerଙ୍କୁ ଉପଯୁକ୍ତ ସମାନ ଦେବେ ସରକାରୀ ଅଫିସର: ନ ମାନିଲେ କାର୍ଯ୍ୟାନୁଷ୍ଠାନ, ନିୟମାବଳୀ ଜାରି କଲା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନପ୍ରତିନିଧିଙ୍କୁ ମିଳୁନାହିଁ ଉପଯୁକ୍ତ ସମ୍ମାନ । ବିଧାୟକ, ମନ୍ତ୍ରୀ, ସାଂସଦ, ପୂର୍ବତନ ସାଂସଦଙ୍କୁ ସମ୍ମାନ ପ୍ରଦାନ କରିବାରେ କୁଣ୍ଠିତ ନୀତି ଅବଲମ୍ବନ କରୁଛନ୍ତି ସରକାରୀ ଅଫିସରମାନେ । ଲୋକପ୍ରତିନିଧିଙ୍କ ପକ୍ଷରୁ ସରକାରଙ୍କୁ ପଠାଯାଉଥିବା ବିଭିନ୍ନ ଚିଠିର ଉପଯୁକ୍ତ ଜବାବ ମିଳୁନି । ପୂର୍ବରୁ ଏ ବାବଦରେ ଜନପ୍ରତିନିଧିମାନେ ବିଧାନସଭାରୁ ଆରମ୍ଭ କରି ସଂସଦରେ ସ୍ୱର ଉଠାଇଥିଲେ । ତେବେ ଏନେଇ କେନ୍ଦ୍ର ସରକାର ଏବେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବିଧାୟକ, ସାଂସଦଙ୍କ ପ୍ରତି ଅଫିସରମାନେ କିପରି ବ୍ୟବହାର ଦେଖାଇବେ ନେଇ ସ୍ପଷ୍ଟ କରାଯାଇଛି । ଯଦି କୌଣସି ଅଫିସର ଏହି ନିୟମାବଳୀର ଉଲ୍ଲଂଘନ କରନ୍ତି, ତେବେ ତାହାକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶ ବାବଦରେ ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ, ସରକାରୀ ବାବୁମାନେ ଜନପ୍ରତିନିଧିଙ୍କର ଚିଠିଗୁଡ଼ିକ ଗ୍ରହଣ କରିବାକୁ ବାଧ୍ୟ । ମନ୍ତ୍ରୀମାନେ ଯେଉଁ ତଥ୍ୟ ଜାଣିବାକୁ ଚାହିଁବେ ତା’ର ସିଧାସଳଖ ଉତ୍ତର ଦେବାକୁ ବାବୁମାନେ ପ୍ରୟାସ କରିବେ । ଯଦି ନିମ୍ନସ୍ତରର ଅଧିକାରୀଙ୍କୁ ଉତ୍ତର ମଗାଯାଇଥିବ ତେବେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଅଫିସରମାନେ ଉତ୍ତର ରଖିବେ । ଅଫିସରମାନେ ୧୫ ଦିନ ମଧ୍ୟରେ ଉତ୍ତର ଦେବା ବାଧ୍ୟତାମୂଳକ । ଯଦି ଅନ୍ୟ ଅଫିସ ବା ମନ୍ତ୍ରଣାଳୟରୁ ତଥ୍ୟ ଆଣିବା ଆବଶ୍ୟକ ହୁଏ ତେବେ ତେବେ ତା’ର ସମୟସୀମା ଜଣାଇବାକୁ ପଡ଼ିବ । ।

Get real time updates directly on you device, subscribe now.