fbpx

ରେଳ ଯାତ୍ରୀଙ୍କ ପାଇଁ ସରକାରଙ୍କର କଠୋର ନିଷ୍ପତ୍ତି, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ, ୩୧ା୩: ରେଳ ଯାତ୍ରୀଙ୍କ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଯାତ୍ରୀମାନେ ରାତିରେ ମୋବାଇଲ୍, ଲାପଟପ୍ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ସାମଗ୍ରୀ ଚାର୍ଜ କରିପାରିବେ ନାହିଁ । ଏହି ପଦକ୍ଷେପ ଦ୍ୱାରା ଯାତ୍ରୀମାନେ ଅପେକ୍ଷାକୃତ ସୁରକ୍ଷିତ ରହିବେ । ଏଥିସହ ଟ୍ରେନରେ ସ୍ମୋକିଂ କରୁଥିବା ବେଳେ ଧରାପଡ଼ିଲେ ଜରିମାନା ଆଦାୟ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ରେଳ ବିଭାଗ ନିୟମ ଅନୁଯାୟୀ, ରାତିରେ ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଚାର୍ଜିଂ ପଏଣ୍ଟ ବ୍ୟବହାର କରିପାରିବେ ନାହିଁ । ରାତି ଚାର୍ଜ ହେବା ଫଳରେ ଅନେକ ବିପଦର ସମ୍ଭାବନା ରହିଥାଏ । ବୈଦ୍ୟୁତିକ ସାମଗ୍ରୀ ଓଭର ହଟିଂ ହୋଇ ନିଆଁ ଲାଗିବାର ଭୟ ରହିଥାଏ । ପ୍ରତ୍ୟେକ ରେଳ ଜୋନରେ ଏହି ନିୟମ ଲାଗୁ କରାଯିବ । ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିବା ପରେ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.