ପ୍ରତ୍ୟେକ ପରିବାରର ମହିଳାଙ୍କୁ ୧୦୦୦ ଟଙ୍କା ଦେବେ ସରକାର, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଶୁଣିବା ପରେ ଖୁସିରେ ଡେଉଁଛନ୍ତି ମହିଳା
ନୂଆଦିଲ୍ଲୀ: ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ପାଇଁ ତାମିଲନାଡୁ ସରକାର କାମ ଆରମ୍ଭ କରିଛନ୍ତି । ନିର୍ବାଚନ ପ୍ରଚାର ବେଳେ ପରିବାରର ମହିଳା ମୁଖ୍ୟଙ୍କୁ ଅତିରିକ୍ତ ଆର୍ôଥକ ସହାୟତା ଦେବା ନେଇ ଆଲୋଚନା ହୋଇଥିଲା । ଏହି ଯୋଜନା ଉପରେ ଦିଆଯାଇଥିବା ପରାମର୍ଶ ଉପରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସମ୍ପୃକ୍ତ ଅଧିକାରୀଙ୍କ ବୈଠକ କରିଥିଲେ । ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଯୋଗ୍ୟ ମହିଳାଙ୍କ ପାଇଁ କ’ଣ ମାନଦଣ୍ଡ ହେବ, ଏହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା ।
ତାମିଲନାଡୁରେ କାର୍ଯ୍ୟକାରୀ ହେବାକୁ ଥିବା ବଡ ଯୋଜନା :-
ତାମିଲନାଡୁରେ ମହିଳାଙ୍କ ପାଇଁ ଏହା ଏକ ବଡ ଯୋଜନା ବୋଲି ସିଏମ ଏମ.କେ ଷ୍ଟାଲିନ କହିଛନ୍ତି । ଏହି ଯୋଜନା ପାଇଁ ଏପର୍ଯ୍ୟନ୍ତ ୧.୫ କୋଟି ଆବେଦନ ଗ୍ରହଣ କରାଯାଇଛି । ଏହି ଯୋଜନା ଅଧୀନରେ ପ୍ରାୟ ଏକ କୋଟି ଯୋଗ୍ୟ ଆବେଦନକାରୀଙ୍କୁ ସରକାର ଆର୍ôଥକ ସହାୟତା ପ୍ରଦାନ କରିବେ । ଅନଲାଇନ୍ ସମୀକ୍ଷା ବୈଠକରେ ଏହି ଯୋଜନାର ନାମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ସିଏମ୍ ଷ୍ଟାଲିନ୍ କହିଛନ୍ତି, ଏହା ହେଉଛି ଆମର କାଲାଇଗାନାର ଜନ୍ମ ଶତବାର୍ଷିକୀ ବର୍ଷ । ଏଭଳି ପରିସ୍ଥିତିରେ ଆର୍ôଥକ ସହାୟତା ଯୋଜନାର ନାମ ‘କାଲାଇଗର ମାଗଲିର ଉରିମାଇ ଥୋଗାଇ ଥିଟମ୍’ ରଖାଯାଇଛି ।
ଏହି ଯୋଜନା ୧୫ ସେପ୍ଟେମ୍ବରରେ ଆରମ୍ଭ ହେବ । ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ, ୨୧ ବର୍ଷରୁ ଅଧିକ ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଏହି ଯୋଜନା ପାଇଁ ସରକାର କିଛି ମାନଦଣ୍ଡ ସ୍ଥିର କରିଛନ୍ତି ।
ଏହି ଯୋଜନା ପାଇଁ ଆର୍ଥିକ ଯୋଗ୍ୟତା :-
୧. ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ହେବା ଉଚିତ୍ ।
୨. ପରିବାରରେ ୫ ଏକରରୁ ଅଧିକ ଆର୍ଦ୍ର ଜମି / ୧୦ ଏକର ଶୁଖିଲା ଜମି ନଥିବ ।
୩. ବାର୍ଷିକ ବିଦ୍ୟୁତ୍ ବ୍ୟବହାର ୩୬୦୦ ୟୁନିଟରୁ ଅଧିକ ହେଉନଥିବ ।
ମହିଳା ମୁଖିଆଙ୍କୁ କିପରି ଚିହ୍ନଟ କରାଯିବ?
ଯେଉଁ ବ୍ୟକ୍ତିଙ୍କ ନାମ ରାସନ କାର୍ଡରେ ପରିବାରର ମୁଖ୍ୟ ଭାବରେ ଉଲ୍ଲେଖ କରାଯାଇଛି, ତାଙ୍କ ପତ୍ନୀ ଏହି ଯୋଜନା ପାଇଁ ମହିଳା ମୁଖ୍ୟ ଭାବରେ ବିବେଚିତ ହେବେ । ଅବିବାହିତ, ଏକାକୀ ଥିବା ମହିଳା, ବିଧବା ଏବଂ ଟ୍ରାନ୍ସଜେଣ୍ଡରଙ୍କ କ୍ଷେତ୍ରରେ ସେ ମଧ୍ୟ ପରିବାରର ମହିଳା ମୁଖ୍ୟ ଭାବରେ ବିବେଚିତ ହେବେ ।