fbpx
BSKY SKY
BSKY SKY

ସହର, ଜିଲ୍ଲା, ରାଜ୍ୟ, ରେଳ ଷ୍ଟେସନର ନାମ କିପରି ବଦଳିଥାଏ: ଖର୍ଚ୍ଚ ହୋଇଥାଏ କୋଟି କୋଟି ଟଙ୍କା

BSKY

ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଗାଁ, ସହର, ସଡ଼କ, ରେଳ ଷ୍ଟେସନ, ଗଳିର ନାମ ପରିବର୍ତ୍ତନ ହେଉଥିବାର ଦେଖାଯାଉଛି । ତେବେ କୌଣସି ସ୍ଥାନର ନାମ ଏତେ ସହଜରେ ବଦଳିପାରେ ନାହିଁ । ଏଥିପାଇଁ କିଛି ନୀତି ନିୟମ ରହିଥିବା ବେଳେ ସ୍ୱତନ୍ତ୍ର ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥାଏ । ଏଥିପାଇଁ ସରକାରଙ୍କ ରାଜକୋଷରୁ କେତେ ଖର୍ଚ୍ଚ ହୁଏ ତାହା ମଧ୍ୟ ଅନେକ ଜାଣି ନଥାନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡଲାଇନକୁ ଧ୍ୟାନରେ ରଖି ଏହି ସବୁ କାମ କରାଯାଇଥାଏ ।

କୌଣସି ସ୍ଥାନର ନାମ ପରିବର୍ତ୍ତନକୁ ନେଇ କିଛି ଲୋକ ସପକ୍ଷରେ ରହିଥିବା ବେଳେ ଆଉ କିଛି ବିରୋଧ କରିଥାନ୍ତି । କୌଣସି ସହରର ନାମ ପରିବର୍ତ୍ତନ କେବଳ କିଛି ଶବ୍ଦକୁ ବଦଳାଇ ଦେଲେ ହୋଇଯାଇ ନଥାଏ । ଏଥିପାଇଁ ଅନେକ ପ୍ରକ୍ରିୟାକୁ ସମାପ୍ତ କରିବାକୁ ପଡ଼ିଥାଏ । ଏଥିସହିତ ଏହିସବୁ ପ୍ରକ୍ରିୟା ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ସବୁଠାରୁ ବଡ଼ କଥା ହେଉଛି କୌଣସି ସହରର ନାମ ପରିବର୍ତ୍ତନ ପାଇଁ ଯେଉଁ କୋଟି କୋଟି ଅର୍ଥ ଖର୍ଚ୍ଚ ହୁଏ, ତାହା ପରୋକ୍ଷରେ ସାଧାରଣଙ୍କ ଜନତାଙ୍କର ଅର୍ଥ । ତେଣୁ ନାମ ପରିବର୍ତ୍ତନ ପାଇଁ କେତେ ଖର୍ଚ୍ଚ ହୁଏ ତାହା ଆମେ ସମସ୍ତେ ଜାଣିବା ନିହାତି ଜରୁରୀ ।

ଅତୀତରେ ମୁଗଲସରାୟ ରେଳ ଷ୍ଟେସନ ନାମ ପରିବତ୍ତର୍ନ କରାଯାଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କରିଦିଆଯାଇଥିଲା । ସେହିପରି ଆହ୍ଲାବାଦର ନାମ ବଦଳାଯାଇ ପ୍ରୟାଗରାଜ, ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା କରାଯାଇଥିଲା । ଆଗାମୀ ଦିନରେ ଅଲୀଗଡ଼ ଓ ଫରୁଖାବାଦ ପରି କିଛି ଜିଲ୍ଲାର ନାମ ବଦଳିପାରେ । ଏହି ରେସରେ ଆନ୍ଧ୍ରପ୍ରଦେଶ, ହରିୟାଣା, କର୍ଣ୍ଣାଟକ ଓ ଦିଲ୍ଲୀ ମଧ୍ୟ ପଛରେ ପଡ଼ି ନାହାନ୍ତି । ଖୁବଶୀଘ୍ର ଏହିସବୁ ରାଜ୍ୟରେ କିଛି ସ୍ଥାନର ନାମ ବଦଳିପାରେ ।

କୌଣସି ଗଳିର ନାମ ବଦଳିଲେ ସ୍ଥାନୀୟ ନଗର ନିଗମର ବଡ଼ ଭୂମିକା ରହିଥାଏ । ସେହିପରି ଜିଲ୍ଲା ବା ସହରର ନାମ ବଦଳିଲେ ଏହି ପ୍ରସ୍ତାବ କ୍ୟାବିନେଟରେ ଉଠିଥାଏ । ପ୍ରସ୍ତାବ ପାରିତ ହେବା ପରେ ନୂଆ ନାମର ଏକ ଗେଜେଟ ପତ୍ର ପ୍ରକାଶ ପାଇଥାଏ ଓ ନୂଆ ନାମ ଉପରେ ଅଫିସିଆଲ ଭାବେ ମୋହର ବାଜିଥାଏ । କୌଣସି ଗଳିର ନାମ ବଦଳିଲେ ସେଥିପାଇଁ କୌଣସି ଖର୍ଚ୍ଚ ହୁଏ ନାହିଁ । ଯଦି କୌଣସି ସହରର ନାମ ପରିବର୍ତ୍ତନ ହୁଏ ତେବେ ପାଖାପାଖି ୨୦୦-୫୦୦ କୋଟି ଖର୍ଚ୍ଚ ହୋଇଥାଏ । ସେହିପରି ଯଦି କୌଣସି ସରକାର କୌଣସି ରାଜ୍ୟର ନାମ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଅନ୍ତି ତେବେ, ସେଥିରେ ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ।

Get real time updates directly on you device, subscribe now.