fbpx

ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟ ପଦ ପାଇଁ ବମ୍ପର ନିଯୁକ୍ତି, ତୁରନ୍ତ ପୂରଣ କରନ୍ତୁ ଫର୍ମ

ନୂଆଦିଲ୍ଲୀ: ରାଜସ୍ଥାନରେ ୯ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ବାହାରିବାକୁ ଯାଉଛି । ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରାଜସ୍ଥାନ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନ ଏକ ଚାକିରି ବିଜ୍ଞପ୍ତି ଜାରି କରିଛି ।

ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟ ପାଇଁ ଖାଲି ଅଛି ପଦବୀ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଆବେଦନ ଫର୍ମ ପୂରଣ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ ।

ରାଜସ୍ଥାନରେ ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟ ନିଯୁକ୍ତି ୨୦୨୩ ଅଧୀନରେ ଥିବା ଆବେଦନ ପାଇଁ ଲିଙ୍କ୍ ୪ ଜୁନ୍ ୨୦୨୩ ପର୍ଯ୍ୟନ୍ତ ସକ୍ରିୟ ରହିବ । ଏଭଳି ପରିସ୍ଥିତିରେ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଠିକ୍ ସମୟରେ ଆବେଦନ କରିବା ଉଚିତ୍ ।

ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରାଜସ୍ଥାନ ମୋଟ ୯,୮୭୯ ପଦବୀ ଖାଲି ନିଯୁକ୍ତି ବାହାର କରିଛି । ସେଥିମଧ୍ୟରୁ ୭,୦୨୦ ଟି ପଦବୀ ନର୍ସିଂ ଅଧିକାରୀଙ୍କ ପାଇଁ ଦିଆଯାଇଛି । ଅନ୍ୟପଟେ ଫାର୍ମାସିଷ୍ଟର ୨,୮୫୯ ପଦବୀ ପୂରଣ ହେବ ।

ଯୋଗ୍ୟତା :-
ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ / ଜିଏନଏମ୍ / ବି.ଏସ୍.ସି ନର୍ସିଂ / ବିଫାର୍ମା / ଡିଫାର୍ମା ଥିବା ଆବଶ୍ୟକ । ଏହା ସହିତ, ଦେବନଗରୀ ସ୍କ୍ରିପ୍ଟରେ ହିନ୍ଦୀ ଭାଷାର ଜ୍ଞାନ ଏବଂ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଯୋଗ୍ୟତା ଥିବା ଉଚିତ୍ ।

Get real time updates directly on you device, subscribe now.