fbpx

୩୦୦ଟି ଅଳିଆ ଗାଡ଼ିରେ ଲାଗିବ GPS Tracking System: ଆଉ ଖସି ପାରିବେନି, ନଜର ରଖିବ BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଖସିପାରିବେନି ଅଳିଆ ଗାଡ଼ି । ଘରକୁ ଘର ବୁଲି ଠିକ୍ ଭାବେ ଅଳିଆ ସଂଗ୍ରହ କରିବେ । ଏହା ଉପରେ ନଜର ରଖିବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ପ୍ରତ୍ୟେକ ଗାଡ଼ିରେ ଲାଗିବ ଜିପିଏସ୍ ଟ୍ରାକିଂ ସିଷ୍ଟମ । ଏନେଇ ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ ବୋଲି ବିଏମସି କମିସନର କହିଛନ୍ତି ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ୩୦୦ଟି ଗାଡ଼ିରେ ଜିପିଏସ୍ ସିଷ୍ଟମ ଲାଗିବ । ଗାଡ଼ି କେତେ ବାଟ ବୁଲିଲା, କେଉଁଠୁ ଅଳିଆ ସଂଗ୍ରହ କଲା, ତା’ର ହିସାବ ରଖିବ ବିଏମସି । ଅଳିଆ ସଂଗ୍ରହ ପାଇଁ ୬୭ଟି ୱାର୍ଡରେ ସଫେଇ ଗାଡ଼ି ଦିଆଯାଇଛି । ମାତ୍ର ଅଧିକାଂଶ ସମୟରେ ଗାଡ଼ିଗୁଡ଼ିକ ଅଳିଆ ସଂଗ୍ରହ କରୁନଥିବା ଅଭିଯୋଗ ହେଉଛି । ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇ ରହୁଥିବା ଦେଖାଯାଉଛି ।

ତେବେ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ବିଏମସି ଜିପିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି । ଏହାଫଳରେ ଗାଡ଼ିର ଗତିବିଧି ଉପରେ କଡ଼ା ନଜର ରଖାଯିବ । ଫଳରେ ଗାଡ଼ିମାନେ ଆଉ ଠକି ପାରିବେ ନାହିଁ । ସେହିପରି ସେସପୁଲ ଗାଡ଼ି ମଧ୍ୟ ଠିକ୍ ସମୟରେ ବୁଲୁ ନଥିବାରୁ ସେଥିରେ ମଧ୍ୟ ଜିପିଏସ ଲାଗିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.