fbpx
BJD
BJD SKY
BJD SKY

ଭୁଲ ପ୍ରଶ୍ନ ପାଇଁ ଦିଆଯିବ ଗ୍ରେସ୍ ମାର୍କ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର: ଓପିଏସସି ଦ୍ୱାରା ପରିଚାଳିତ ୨୦୧୬-୧୭ ସହକାରୀ ପବ୍ଲିକ ପ୍ରସିକ୍ୟୁଟର୍ ନିଯୁକ୍ତି ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏପିପି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସବୁ ପ୍ରାର୍ଥୀଙ୍କୁ ନିର୍ଦ୍ଧିଷ୍ଟ ୧୮ ଓ ୫୮ ନମ୍ବର ପ୍ରଶ୍ନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓପିଏସସି ପକ୍ଷରୁ ରୁଜୁ ହୋଇଥିବା ରିଟ୍ ଆବେଦନର ଶୁଣାଣି କରି ହାଇକୋର୍ଟ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ଏହି ମାର୍କ ଯୋଗ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ।

୧ ନମ୍ବର ଲେଖାଏଁ ମାର୍କ ମିଳିବା ପରେ ଯଦି ତାଲିକାରେ କିଛି ଓଲଟପାଲଟ ହୁଏ ତେବେ ଗୃହ ବିଭାଗ ସଂପୃକ୍ତ ପ୍ରାର୍ଥୀଙ୍କୁ ଖାଲିଥିବା ପଦରେ ରଖିବା ପାଇଁ ବ୍ୟବସ୍ଥା କରିବାକୁ ହାଇକୋର୍ଟ କହିଛନ୍ତି । ମୂଳ ମାମଲାର ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ଏହି ରାୟ ପରେ ଆଶ୍ୱସ୍ତି ମିଳିଛି । ୩୦ ଦିନ ଭିତରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଯଦି ପ୍ରତିପକ୍ଷ ତ୍ରିଲୋଚନ ଦାଶ ଚୟନ ତାଲିକାଭୁକ୍ତ ହୁଅନ୍ତି ତେବେ ବର୍ତ୍ତମାନ ଖାଲିଥିବା ପଦରେ ତାଙ୍କୁ ନିଯୁକ୍ତ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୬-୧୭ ରେ ଏପିପି ନିଯୁକ୍ତି ପରୀକ୍ଷାଫଳ ପ୍ରକାଶ ପରେ ପ୍ରଶ୍ନ ନମ୍ବର ୧୮,୫୮,୯୮ରେ ଉପଯୁକ୍ତ ମାର୍କ ମିଳି ନଥିବା ନେଇ ପ୍ରତିପକ୍ଷ ଦାଶ ଜାଣିବାକୁ ପାଇଥିଲେ । ଚୂଡ଼ାନ୍ତ ଚୟନ ତାଲିକାରେ ଶେଷ ସ୍ଥାନରେ ଥିବା ସାଧାରଣ ବର୍ଗ ପ୍ରାର୍ଥୀଙ୍କ ମାର୍କ ୧୧୯.୬୨୫ ଥିବା ବେଳେ ଶ୍ରୀ ଦାଶ ୧୧୮.୫୩୬ ମାର୍କ ପାଇଥିଲେ । ଉପଯୁକ୍ତ ମୂଲ୍ୟାୟନ ହୋଇନଥିବା ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.