fbpx

ତୃତୀୟ ସ୍ଥାନରେ ଭାରତ: ଏସୀୟ କ୍ରୀଡ଼ାରେ ବଡ଼ ସଫଳତା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ସମାପ୍ତ ହୋଇଥିବା ୧୯ତମ ଏସୀୟ କ୍ରୀଡ଼ାରେ ଭାରତର କ୍ରୀଡ଼ାବିତମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏହି ଇଭେଣ୍ଟର ୧୪ତମ ଦିବସରେ ଭାରତ ଶାନଦାର ପ୍ରଦର୍ଶନ କରି ୬ଟି ସ୍ୱର୍ଣ୍ଣ ପଦକ ଜିତିଥିଲା । ପ୍ରଥମ ଥର ପାଇଁ ଭାରତ ପଦକ ବିଜୟରେ ଶତକ ପୂରଣ କରିବା ସହିତ ଏସୀୟ କ୍ରୀଡ଼ା ଇତିହାସର ସମସ୍ତ ରେକର୍ଡ ଭାଙ୍ଗି ଭାରତ ନୂଆ ରେକର୍ଡ ସ୍ଥାପନ କରିଥିଲା ।

ତେବେ ଏହି ଇଭେଣ୍ଟରେ ଭାରତ ମୋଟ ୧୦୭ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି । ସେଥିମଧ୍ୟରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ରହିଛି । ତେବେ ଏସୀୟ କ୍ରୀଡ଼ାର ପଦକ ତାଲିକାରେ ଶୀର୍ଷରେ ରହିଥିବା ଚୀନ ୨୦୦ ସ୍ୱର୍ଣ୍ଣ ସହ ୩୮୨ ପଦକ, ଦ୍ୱିତୀୟ ସ୍ଥାନରେ ରହିଥିବା ଜାପାନ ୫୧ ସ୍ୱର୍ଣ୍ଣ ସହ ୧୮୬ ପଦକ ଓ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ କୋରିଆ ୪୨ ସ୍ୱର୍ଣ୍ଣ ସହ ୧୯୦ ପଦକ ଜିତିଛି ।

ତେବେ ହ୍ୱାଙ୍ଗଝୁ ଏସୀୟ କ୍ରୀଡ଼ାରେ ଭାରତ ବିଭିନ୍ନ ବର୍ଗରେ ନୂଆ ରେକର୍ଡ ସ୍ଥାପନ କରିଛି । ଭାରତ ଆଥଲେଟିକ୍ସ ପଦକ ବିଜୟରେ ତୃତୀୟ ସ୍ଥାନ ହାସଲ କରିଛି । ଚୀର ଆଥଲେଟମାନେ ୧୯ଟି ସ୍ୱର୍ଣ୍ଣ ସହ ମୋଟ ୩୯ଟି ପଦକ, ବାହରିନ ୧୦ଟି ସ୍ୱର୍ଣ୍ଣ ସହ ୧୬ଟି ପଦକ, ଭାରତ ୬ଟି ସ୍ୱର୍ଣ୍ଣ ସହ ୨୯ଟି ପଦକ ଜିତିଛି । ତେବେ ଦ୍ୱିତୀୟ ସ୍ଥାନରେ ରହିଥିବା ବାହରିନ ଅଧିକ ସ୍ୱର୍ଣ୍ଣ ଜିତି ୨ୟ ସ୍ଥାନରେ ରହିଥିବା ବେଳେ ଭାରତ ତା’ଠାରୁ ଦୁଇଗଣ ପଦକ ଜିତିଛି । ଭାରତୀୟ କ୍ରୀଡ଼ା ପାଇଁ ଏହା ନିଶ୍ଚିତ ଭାବେ ଏକ ଶୁଭ ସୂଚନା । ଆଗାମୀ ଦିନରେ ଭାରତୀୟ ଆଥଲେଟମାନେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା ।

Get real time updates directly on you device, subscribe now.