fbpx

ବିଶ୍ୱ ବିଜେତାଙ୍କ ଘରବାହୁଡା, ଖେଳାଳିଙ୍କୁ ଭବ୍ୟ ସ୍ୱାଗତ, ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ

Advertisement

ଓଡିଶା ଭାସ୍କର: ବିଶ୍ୱ ବିଜେତା ଭାରତୀୟ ଦଳ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଓ ଷ୍ଟାଫଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିଶ୍ୱକପ ବିଜୟ ପରେ ବାରବାଡୋସରେ ଫସି ରହିଥିଲା ଭାରତୀୟ ଦଳ । ସେଠାରୁ ଘୂର୍ଣ୍ଣିଝଡ ଯୋଗୁଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ପାରି ନଥିଲା । କିନ୍ତୁ, ବିସିସିଆଇର ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଦିଲ୍ଲୀ ପହଞ୍ଚିଛି ରୋହିତସେନା ।

ଟିମ୍ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ଆଜି ଦିନ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତାହାସହ ସନ୍ଧ୍ୟାରେ ମୁମ୍ବାଇରେ ଗ୍ରାଣ୍ଡ ସେଲିବ୍ରେସନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଭିକ୍ଟ୍ରି ପ୍ୟାରେଡରେ ଆଜି ବିଶ୍ୱ ବିଜେତା ଦଳକୁ ଶୁଭକାମନା ଦେବେ ଫ୍ୟାନ୍ସ । ସେପଟେ ଟିମ୍ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ଏୟାରପୋର୍ଟ ବାହାରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିଶ୍ୱ ବିଜେତା ଟିମ୍‌ର ଝଲକ ପାଇବା ପାଇଁ ଫ୍ୟାନ୍ସ ଭୋରରୁ ଅପେକ୍ଷା କରିଥିଲେ । ପ୍ରକାଶଥାଉ ଯେ, ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ବିଶ୍ୱ ବିଜୟୀ ଭାରତୀୟ ଦଳ ଆଜି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲା ।

Get real time updates directly on you device, subscribe now.