fbpx

Breaking News; ମିଳିଲା ଜାମିନ, ତଥାପି ଜେଲରୁ ଫେରିବା ନେଇ ସଂଶୟ: ଇମ୍ରାନ ଖାନଙ୍କୁ ନେଇ ଅଡ଼ୁଆ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଅଡ଼ୁଆ ବଢିବାରେ ଲାଗିଛି । ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଇମ୍ରାନ ଖାନଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ମିଳିସାରିଛି । ତାଙ୍କ ସହିତ ଶାହ ମହମ୍ମଦ କ୍ୟୁରେସୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି । କିନ୍ତୁ ଜାମିନ ମିଳିବା ପରେ ମଧ୍ୟ ଇମ୍ରାନ ଖାନ ଜେଲରୁ ମୁକୁଳିବେ କି ନାହିଁ, ସେ ନେଇ ଚର୍ଚ୍ଚା ଲାଗି ରହିଛି । ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଜାମିନ ମିଳିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି ।

Get real time updates directly on you device, subscribe now.