fbpx

ବିଷାକ୍ତ ବାୟୁ କବଳରେ ଦିଲ୍ଲୀ, ଖୁବ ଶୀଘ୍ର ଲାଗୁ ହେବ GRAP-4

Advertisement

ନୂଆଦିଲ୍ଲୀ: ବିଷାକ୍ତ ବାୟୁ କବଳରେ ଦିଲ୍ଲୀବାସୀ । ଦିଲ୍ଲୀର ଅନେକ ସ୍ଥାନରେ ଏୟାର କ୍ୟୁାଲିଟି ଇଣ୍ଡେକ୍ସ(AQI) ୪୫୦ ଟପି ସାରିଲାଣି । ଏତେ ପ୍ରଦୂଷଣରେ ଲୋକମାନଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଲୋକମାନଙ୍କ ମଧ୍ୟରେ ମୁଣ୍ଡ ବିନ୍ଧା, ଥକାପଣ, ଆଖି ଓ ଗଳା ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବଂ ଲୋକମାନଙ୍କ ସ୍ୱାସ୍ଥ୍ୟ(ବିଶେଷ କରି ବୃଦ୍ଧ ଓ ଛୋଟ ପିଲା)କୁ ଦୃଷ୍ଟିରେ ରଖି ‘ଗ୍ରେପ୍‌-୩’ର ପ୍ରତିବନ୍ଧକ ଲାଗୁ କରାଯାଇଥିବା ସତ୍ତ୍ୱେ ସ୍ଥିତିରେ କୌଣସି ସୁଧାର ଆସି ନଥିଲା ।

ବର୍ତ୍ତମାନ ଦିଲ୍ଲୀ- ଏନସିଆରର ବାୟୁ ଏତେ ବିଷାକ୍ତ ହେବା କାରଣରୁ ଜରୁରୀକାଳୀନ ପରିସ୍ଥିତି ଦେଖାଦେଇଛି । Graded Response Action Plan(GRAP) ଅନୁଯାୟୀ ଦିଲ୍ଲୀର ଇଛଓ ୪୫୦ରୁ ଉର୍ଦ୍ଧ୍ୱ ହେଲେ ଗ୍ରେପ୍‌-୪ ପ୍ରତିବତନ୍ଧକ ଲାଗୁ କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଗ୍ରେପ୍‌-୪ ଅନ୍ତର୍ଗତ କେଉଁ ସବୁ ପ୍ରତିବନ୍ଧକ ଳାଗୁ ହୋଇପାରେ:
– ଦିଲ୍ଲୀକୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ସମସ୍ତ LNG/CNG/Electric truck ଗୁଡ଼ିକୁ ବାଦ ଦେଇ ଅନ୍ୟ ଟ୍ରକର ପ୍ରବେଶ ଉପରେ ରୋକ ଲାଗିପାରେ ।
– EV/CNG/BS-4 ଯାନ ବାହନ ସହ ଦିଲ୍ଲୀ ବାହାରେ ପଞ୍ଜିକୃତ ହୋଇଥିବା ଗାଡ଼ି ଗୁଡ଼ିକୁ ସହରରେ ପ୍ରବେଶ ପାଇଁ ନିଷେଧ କରାଯାଇଛି ।
– ରାଜପଥ, ଫ୍ଲାଏ ଓଭର, ଓଭରବ୍ରିଜ୍‌, ବିଦ୍ୟୁତ ପରିବହନ ଲାଇନ୍‌, ପାଇପଲାଇନ୍ ଭଳି ଜନସାଧାରଣ ପ୍ରକଳ୍ପ ଗୁଡ଼ିକରେ ନିର୍ମାଣ ଏବଂ ଧ୍ୱସ୍ତ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇପାରେ ।
– ଦିଲ୍ଲୀରେ ପୁଣି ଥରେ ଅନଲାଇନ୍ କ୍ଲାସ ଆରମ୍ଭ ହୋଇପାରେ ।
– ପୁଣି ଥରେ ୱାର୍କ ଫ୍ରମ୍ ହୋମର ନିର୍ଦ୍ଦେଶ ଜାରି ହେବାର ସମ୍ଭାବନା ରହିଛି ।
– ଦିଲ୍ଲୀ ଏବଂ ଏନସିଆରରେ ସରକାରୀ କାର୍ଯ୍ୟାଳୟରେ ୫୦% ଉପସ୍ଥାନ ସହ କାର୍ଯ୍ୟ ହୋଇପାରେ । ଏହା ସହ ଅନ୍ୟାନ୍ୟ ପ୍ରତିବନ୍ଧକ ଲଗାଯାଇପାରେ ।

Get real time updates directly on you device, subscribe now.