ପୋଷକତତ୍ତ୍ୱରେ ଭରପୂର କଞ୍ଚାଲଙ୍କା, ସ୍ୱାଦ ସହିତ ସ୍ୱାସ୍ଥ୍ୟର ରଖିଥାଏ ଧ୍ୟାନ, ଜାଣନ୍ତୁ କେମିତି…

କଞ୍ଚାଲଙ୍କା କେବଳ ଖାଦ୍ୟକୁ ମସଲାଦାର କରିଥାଏ ନାହିଁ, ଏହାକୁ ଖାଇବାର ଅନେକ ଲାଭ ଅଛି, ଯାହା ଆଜିକାଲି ଲୋକମାନେ ଜାଣି ନାହାନ୍ତି। ଯଦି ଖାଦ୍ୟରେ ଲଙ୍କାର ମସଲା ନଥାଏ ତେବେ ଖାଦ୍ୟର ସ୍ୱାଦ ବିଗିଡ଼ିଯାଏ । ତଥାପି ଆୟୁର୍ବେଦରେ ସୀମିତ ପରିମାଣରେ ଲଙ୍କା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଯଦି ଗୋଟିଏ କଞ୍ଚାଲଙ୍କା ନିୟମିତ ସେବନ କରାଯାଏ, ତେବେ ଏହା ବହୁତ ଲାଭଦାୟକ।

ଆୟୁର୍ବେଦ କହେ ଯେ, ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଲଙ୍କା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ। କଞ୍ଚାଲଙ୍କା ଖାଇବାର ଅନେକ ଲାଭ ଅଛି।

କଞ୍ଚାଲଙ୍କା ଖାଇବାର ଲାଭ:

କଞ୍ଚାଲଙ୍କାରେ ଭିଟାମିନ୍ ଏ, ସି, କେ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟ ମିଳିଥାଏ। କଞ୍ଚାଲଙ୍କାରେ ବିଟା କ୍ୟାରୋଟିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ। ଏହାକୁ ଖାଇବା କରିବା ଦ୍ୱାରା ଡାଇବେଟିସ୍ ବା ମଧୁମେହ ନିୟନ୍ତ୍ରଣ ହୋଇଥାଏ ଏବଂ ପାଚନ କ୍ରିୟା ଶକ୍ତିଶାଳୀ ହୋଇଥାଏ। ଏହା ହୃଦରୋଗ, ମୁଣ୍ଡବିନ୍ଧା, ଥକ୍କାପଣ ଏବଂ ଅନିଦ୍ରା ଦୂର କରିବା ସହିତ ଶରୀରକୁ ବିଷମୁକ୍ତ କରିବାରେ ମଧ୍ୟ ସାହାଯ୍ୟ କରେ। କଞ୍ଚାଲଙ୍କା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ଅତ୍ୟଧିକ କଞ୍ଚା ଲଙ୍କା ଖାଇବାର ଅସୁବିଧା

ପ୍ରତିଦିନ କଞ୍ଚାଲଙ୍କା ଖାଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଏ ଏବଂ କ୍ୟାପସାଇସିନ୍ ନାମକ ଉପାଦାନ ଯୋଗୁ ଶରୀରର ତାପମାତ୍ରା ସ୍ୱାଭାବିକ ରହିଥାଏ। କଞ୍ଚାଲଙ୍କା ହୃଦରୋଗରେ ମଧ୍ୟ ଲାଭଦାୟକ। କଞ୍ଚାଲଙ୍କା ଅଧିକ ଖାଇବା ଉଚିତ୍ ନୁହେଁ, ନଚେତ୍ ଏହା ପେଟରେ ଜଳାପୋଡ଼ା ସୃଷ୍ଟି କରିପାରେ।  ପାଇଲ୍ସ ରୋଗୀମାନେ ଲାଲ ଲଙ୍କା ଖାଇବାରୁ ଦୂରେଇ ରହିବା ଉଚିତ। ତଥାପି କଞ୍ଚାଲଙ୍କା ଖାଇବାରେ କୌଣସି ଅସୁବିଧା ନାହିଁ ବୋଲି ଆୟୁର୍ବେଦ ବିଶେଷଜ୍ଞ କୁହନ୍ତି।