ମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍, କ୍ରୁଟ୍ ସହ NTPC ଓ ଗ୍ରୀଡ୍‌କୋର ଏମ୍ଓୟୁ ସ୍ବାକ୍ଷରିତ

ଭୁବନେଶ୍ବର: ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର  । ଏନେଇ କ୍ରୁଟ୍ ସହ NTPC ଓ ଗ୍ରୀଡ୍‌କୋର ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୩ଟି ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ ଚାଲିବାାକୁ ଥିବା ବେଳେ ଭୁବନେଶ୍ବର, କଟକ ଓ ପୁରୀ ମଧ୍ୟରେ ଗଡ଼ିବ ଏହି ବସ୍ । ହାଇଡ୍ରୋଜେନ ପ୍ରସ୍ତୁତି ପାଇଁ NTPCକୁ ଗାଡ଼କଣରେ ଜାଗା ଦିଆଯାଇଛି  1। ନର୍ଦ୍ଦମା ଜଳରୁ ହାଇଡ୍ରୋନ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ବସ୍‌ର ଦାମ୍ ୨ କୋଟି ରହିଛି ।

ଏହି ବସ୍ ଚାଲିବା ଦ୍ବାରା ଡିଜେଲ ଦର କମିବ ଏବଂ ପାସିଞ୍ଜେରମାନେ କମ୍ ଖର୍ଚ୍ଚରେ ବୁଲିପାରିବେ । ଏନଟିପିସି, ଗ୍ରୀଡକୋ ଲିମିଟେଡ ଓ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି। ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ଗୃହ ଓ ନଗର ମନ୍ତ୍ରୀ ଉପସ୍ଥିତ ରହିଥିଲେ । ଏହି ପ୍ରୋଜେକ୍ଟରେ ଭୁବନେଶ୍ୱର, ପୁରୀ, କଟକ, କୋଣାର୍କକୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି । ରେ ହାଇଡ୍ରୋଜେନ୍ ଟ୍ୟାଙ୍କ ଫୁଲ ହେଲେ ୬ ଶହ କିମି ଯାଇ ପାରିବ ବସ। ଗୋଟିଏ ଲକ୍ଜରି ବସରେ ୪୪ ଜଣ ଯାତ୍ରା କରି ପାରିବେ। ଯେକୌଣସି ପାଣିପାଗରେ ମଧ୍ୟ ଏହି ବସ୍ ଗଡିପାରିବ । ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି ।