ଗାଳି ଦେଉଛି ଏଲନ ମସ୍କଙ୍କ ଏଆଇ ଟୁଲ୍ Grok, ସହିଲେନି ସରକାର, ଏବେ ନିଆଯିବ ଆକ୍ସନ
Grok କାହିଁକି ଦେଉଛି ଗାଳି? ମାମଲାକୁ ନେଇ କମ୍ପାନୀ ସହ କଥା ହେଲେ ସରକାର
ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ xAI ଚାଟବୋଟ Grok ଟ୍ରେଣ୍ଡରେ ଥିଲା । ଏହା ନିଜ ରେସ୍ପନ୍ସରେ ଉପଶବ୍ଦର ବ୍ୟବହାର କରୁଥିଲା । ଏହାର କିଛି ଉତ୍ତର ମଜାଳିଆ ଥିଲା ତ କିଛି ଗାଳି ଥିଲା ।
ସରକାର ଏହା ଉପରେ ବର୍ତ୍ତମାନ ତଦନ୍ତ କରି କାରଣ ଜାଣିବେ । ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ଯେ, ସେ Grok ଦ୍ୱାରା ଗାଳି ଦେବା ମାମଲାକୁ ନେଇ ଏକ୍ସ ସହ ଯୋଗାଯୋଗ କରୁଛନ୍ତି ।
କମ୍ପାନୀକୁ କାରଣ ପଚାରିବେ ସରକାର: ମନ୍ତ୍ରାଳୟ କହିଛି ଯେ, ଏହି ମାମଲାର ଯାଞ୍ଚ କରିବ ଏବଂ ସେହି କାରଣଗୁଡ଼ିକୁ ଯାଞ୍ଚ କରିବ । ମିଡିଆ ରିପୋର୍ଟ ମୁତାବକ, ସରକାର କମ୍ପାନୀ ସହ କଥା ହେଉଛନ୍ତି ଏବଂ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଏହା କାହିିଁକି ହେଲା ।
ମାମଲା: ୧୪ ମାର୍ଚ୍ଚରେ toka ନାମକ ଏକ ଏକ୍ସ ୟୁଜର Grok କୁ ଟ୍ୟାଗ କରି ନିଜର ୧୦ଟି ବେଷ୍ଟ ମ୍ୟୁଚୁଆଲ ନାମ ପଚାରିଥିଲେ । ଏହାର କିଛି ଉତ୍ତର ନଆସିବାରୁ ୟୁଜର ଜଣକ ଗାଳି ଦେଇ ଦ୍ୱିତୀୟ ଥର ପ୍ରଶ୍ନ ପଚାରିଥିଲେ । ଏହାପରେ ନିଜ ରେସ୍ପପନ୍ସରେ Grok ମଧ୍ୟ ଗାଳି ଦେଇ ଉତ୍ତର ଦେଇଥିଲା ।