fbpx

ପାର୍ଟନରକୁ ସରପ୍ରାଇଜ ଦେବା ପାଇଁ କଫିନରୁ ବାହାରିଲେ ବର.. ତା ପରେ ହେଲା କିଛି ଏମିତି..

ନୂଆଦିଲ୍ଲୀ: ବିବାହରେ ଲୋକମାନେ ବର ଏବଂ ବଧୂକୁ ଆଶୀର୍ବାଦ କରିବାକୁ ଆସନ୍ତି । କିନ୍ତୁ କଳ୍ପନା କରନ୍ତୁ ଯଦି ବିବାହ ସମୟରେ ଏକ କଫିନ ବିବାହ ମଣ୍ଡପକୁ ଅଣାଯାଏ, ତେବେ ସେଠାରେ ଉପସ୍ଥିତ ଅତିଥିମାନେ ନିଶ୍ଚିତ ଚକିତ ହୋଇଯିବେ । କିନ୍ତୁ ଜଣେ ବର ତାଙ୍କର ଅଜବ ଷ୍ଟଣ୍ଟ ଦେଖାଇବା ପାଇଁ ଏଭଳି ଆଶ୍ଚର୍ଯ୍ୟ କଲାଭଳି କାମ କରିଛନ୍ତି । ବିବାହ ମଞ୍ଚରେ ଅତିଥିମାନଙ୍କ ଉପସ୍ଥିତିରେ ସେ ହଠାତ କଫିନ ଭିତରୁ ବାହାରି ଆସିଥିଲେ ।

ସୂଚନା ଅନୁସାରେ ଏହି ଘଟଣା ଆମେରିକାର ଏକ ସହରରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଥିଲେ । ଏହାପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ପରସ୍ପର କୁ ଜାଣିଥିଲେ । ପରେ ଯୁବକ ଜଣଙ୍କ ବିବାହ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହା ପରେ ବିବାହ ଦିନ ମଧ୍ୟ ଆସିଲା ।

ତେବେ ବିବାହ ଦିନ ମଣ୍ଡପରେ ବରର ଏଭଳିି କାର୍ଯ୍ୟ ଯୋଗୁଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ତେବେ ବିବାହ ସମାରୋହରେ ଅତିଥିମାନଙ୍କର ସମାବେଶ ହୋଇଥିବା ବେଳେ ଅନ୍ୟପଟେ ଏକ ଟ୍ରକ ସେଠାରେ ପହଞ୍ଚିଥିଲା । ଏହା ପରେ ୬ଜଣ ଲୋକ ଟ୍ରକରୁ ଏକ କଫିନ ବାହାର କରିଥିଲେ । ତା’ପରେ ଏହାକୁ ବିବାହ ହଲକୁ ନେଇଥିଲେ । ତେବେ ସେଠାରେ କଫିନଟି ପହଞ୍ଚିôବା ପରେ ଅତିଥିମାନେ ଏସବୁ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ଅତିଥିମାନେ ଉପସ୍ଥିତ ଥିବା ସ୍ଥାନକୁ କଫିନଟି ନିଆଯାଇଥିଲା ।

ସେଠାରେ କଫିନ ଖୋଲିବାର କିଛି ସେକେଣ୍ଡ ପରେ ବର ନିଜେ କଫିନ ଭିତରୁ ବାହାରି ଆସିଲେ ଏବଂ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ବର କଫିନରୁ ବାହାରିବା ଦେଖି କିଛି ଅତିଥି ଫଟୋ ଉଠାଇବା ପାଇଁ ବରର କଫିନ ଆଗରେ ଠିଆ ହୋଇଥିଲେ । ଯେତେବେଳେ ଅନ୍ୟ କିଛି ଅତିଥି ଏହି ସବୁ କାର୍ଯ୍ୟକୁ ଭୟାନକ ଏବଂ ମଜାଳିଆ ବୋଲି କହିଥିଲେ ।

Get real time updates directly on you device, subscribe now.