fbpx

ବିବାହରେ ନା ଖାଇବାକୁ ଦେଲେ ନା ପିଇବାକୁ, ବର କନିଆଙ୍କ ଏପରି ଲୋଭ ଦେଖି ରାଗିଗଲେ ଅତିଥି!

ନୂଆଦିଲ୍ଲୀ: ବିବାହରେ ବର କନିଆ ଏପରି କରିଛନ୍ତି ଯାହାକି ଅତିଥିମାନେ ତାଙ୍କ ଉପରେ ରାଗିଯାଇଛନ୍ତି । ଏହି ଦମ୍ପତ୍ତି ନିଜ ବିବାହରେ ପହଁଚିଥିବା ଅତିଥି ମାନଙ୍କୁ କେବଳ ପାଣି ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି । ଲୋକମାନେ କେବଳ ବର କନିଆଙ୍କ ଏପରି ନିଷ୍ପତ୍ତିକୁ ନେଇ ନିଜର ବ୍ୟବହାର ଖରାପ କରିଛନ୍ତି । ଏହି କଥା ପାଇଁ କନିଆ ଏକ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ । ଅତିଥି ମାନେ ଆଶା କରିଥିଲେ ଯେ, ବିବାହରେ ଅନେକ ପ୍ରକାର ଖାଦ୍ୟ-ପାନୀୟ ପାଇଁ ଅନେକ ବ୍ୟଞ୍ଜନ ପରଶା ଯିବ ହେଲେ ଏପରି କିଛି ମଧ୍ୟ ହୋଇନଥିଲା ।

ଅତିଥିମାନେ ବିବାହରେ ଯେତେବେଳେ ପହଁଚିଥିଲେ ସେମାନଙ୍କୁ କେବଳ ପାଣି ଦିଆଯାଇଥିଲା । ବିବାହରେ ଏପରି କରାଯାଇଥିବା ବ୍ୟବହାର ପାଇଁ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛନ୍ତି । ଏହି ପୋଷ୍ଟରେ କନିଆ ଦାବି କରି କହିଛନ୍ତି ଯେ, ସେମାନେ କେବଳ ପାଣି ପିଅନ୍ତି । କେତେବେଳେ କେମିତି ସେ ଜୁସ କିମ୍ବା କ୍ଷୀର ପିଅନ୍ତି । ଆଉ ମଧ୍ୟ ସେ କହିଛନ୍ତି, କଫି ମଧ୍ୟ ସେମାନେ ପିଅନ୍ତି ନାହିଁ । ତେବେ ଏହା କହିବା ମାତ୍ରେ ବହୁ ଲୋକଙ୍କ ମୁହଁରେ ରାଗ ଦେଖିବାକୁ ମିଳିଥିଲା । ପ୍ରକୃତରେ ବହୁତ ଲୋକେ ଏଥିପାଇଁ ରାଗିକି ଥିଲେ ।

କନିଆ ଜଣକ ନିଜ ପୋଷ୍ଟରେ ଅହୁରୀ ମଧ୍ୟ କହିଛନ୍ତି ଯେ, ସେମାନେ ଏମାନଙ୍କ ପାଇଁ ଖାଇବା କରିଥିଲେ ତାଙ୍କର ଅନେକ ଖର୍ଚ୍ଚ ହୋଇଥାଆନ୍ତା । ଏହା ପୋଷ୍ଟ ହେବା ମାତ୍ରେ ସାଂଗେସାଂଗେ ପୋଷ୍ଟ ଭାଇରାଲ ହୋଇ କିଛି ଲୋକଙ୍କ ପ୍ରତିକ୍ରିୟା ମିଳିଥିଲା । ଏହାକୁ ଆନେକ କମେଣ୍ଟ ମଧ୍ୟ କରାଯାଇଛି ।

Get real time updates directly on you device, subscribe now.