fbpx

କ୍ୟାନସର୍ ଔଷଧ ଓ ଲୁଣ ଉପରୁ ଟିକସ ହ୍ରାସ ପାଇଁ GST ପରିଷଦର ନିଷ୍ପତ୍ତି; ୧୨%ରୁ ୫%କୁ କମିଲା ଟ୍ୟାକ୍ସ୍

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୪ତମ ବୈଠକରେ ସରକାର ଅନେକ ବଡ ନିଷ୍ପତି ନେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଛନ୍ତି ଯେ ଜିଏସଟି ପରିଷଦ ସ୍ୱାସ୍ଥ୍ୟ ବୀମା ଉପରେ ଟିକସ ହାର ହ୍ରାସ କରିବା ପାଇଁ ଏକ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ) ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ କ୍ୟାନସର ଔଷଧ ଓ ଲୁଣ ଉପରେ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଏସଟି କାଉନସିଲ ସୋମବାର ବସିଥିବା ବୈଠକରେ କ୍ୟାନସର ଔଷଧ ଉପରେ ଟିକସ ହାର ୧୨ ପ୍ରତିଶତରୁ ୫ ପ୍ରତିଶତ ଏବଂ ଲୁଣ ଉପରେ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୋମବାର ଅନୁଷ୍ଠିତ ଜିଏସଟି ପରିଷଦର ୫୪ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହାର ହ୍ରାସ ପ୍ରସଙ୍ଗରେ ବିଚାର କରିବା ପାଇଁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଜିଓଏମର ନେତୃତ୍ୱ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନେବେ। ସେ ଜିଏସଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଏକ ମନ୍ତ୍ରୀ ଗୋଷ୍ଠୀର ମୁଖ୍ୟ ମଧ୍ୟ ଅଟନ୍ତି। ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହାର ଉପରେ ବିଚାର କରିବା ପାଇଁ ଜିଓଏମରେ ନୂତନ ସଦସ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ।

ଅକ୍ଟୋବର ଶେଷ ସୁଦ୍ଧା ଏହି ଜିଏନ୍ଓଓପି ଏହାର ରିପୋର୍ଟ ପ୍ରଦାନ କରିବ ବୋଲି ସେ କହିଛନ୍ତି। ମାସିକ ଜିଏସଟି ଆଦାୟ ବୃଦ୍ଧି ସହିତ ଟିକସଦାତାଙ୍କ ଅନୁକୂଳ ପଦକ୍ଷେପ ନେବାର ସୁଯୋଗ ଥିବାରୁ ଅଧିକାଂଶ ରାଜ୍ୟ ବୀମା ପ୍ରିମିୟମ ହାର ହ୍ରାସ ସପକ୍ଷରେ ଅଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ଯଦି ଜିଏସଟି ହାର ହ୍ରାସ କରାଯାଏ ତେବେ ଏହା କୋଟି କୋଟି ପଲିସିଧାରୀଙ୍କ ପାଇଁ ଲାଭଦାୟକ ହେବ କାରଣ ପ୍ରିମିୟମ ରାଶି ହ୍ରାସ ପାଇବ।

Get real time updates directly on you device, subscribe now.