ଜିଏସ୍‌ଟି କାଉନ୍‌ସିଲ୍‌ର ନିଷ୍ପତ୍ତି : ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜିଏସ୍‌ଟି କମ୍ପେନ୍‌ସେସନ୍‌ ସେସ୍‌ ଲଗାଇବାକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କୁ କେନ୍ଦ୍ର ଦେଇଛି ବଡ଼ ଆଶ୍ୱସ୍ତି । ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ଜିଏସ୍‌ଟି କମ୍ପେନସେସନ୍‌ ସେସ୍‌ ଲଗାଇବା ପାଇଁ ମଞ୍ଜୁରୀ ଦେଇଛି କେନ୍ଦ୍ର । ପ୍ରଥମେ ଏହାର ସମୟସୀମା ୨୦୨୨ ଜୁନ୍‌ ୩୦କୁ ଧାର୍ଯ୍ୟ କରାଯାଇଥିଲା । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍‌କ ନେତୃତ୍ୱରେ ଜିଏସ୍‌ଟି କାଉନ୍‌ସିଲ୍‌ ଆଉ ୪ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ରାଜସ୍ୱ କ୍ଷତିରେ ଚାଲୁଥିବା ରାଜ୍ୟମାନେ କରଜ ପରିଶୋଧ କରିବାରେ କୌଣସି ଅସୁବିଧା ନଭୋଗନ୍ତୁ, ଖାସ୍‌ ଏଥିପାଇଁ ଜିଏସ୍‌ଟି ସେସ୍‌ ଆଦାୟର ଅବଧି ବଢ଼ାଇଛି ।

ସୂଚନାଥାଉକି ରାଜ୍ୟମାନେ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଯେଉଁ ଋଣ କରିଥିଲେ ତାହାକୁ ପରିଶୋଧ କରିବା ପାଇଁ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରଣ ରାଜ୍ୟଗୁଡ଼ିକର ରାଜସ୍ୱ ସେଭଳି ମାତ୍ରାରେ ବୃଦ୍ଧି ହୋଇନାହିଁ । କିନ୍ତୁ ତମାଖୁ, ସିଗାରେଟ୍‌, ହୁକ୍କା, ହାଇଆଣ୍ଡ ମୋଟରସାଇକେଲ, ମୋଟର ହ୍ୱିକିଲ୍‌ସ୍‌ ଉପରେ ସେସ୍‌ ଲାଗିବା ଜାରି ରହିବ । ଅର୍ଥାତ ଏଥିପାଇଁ  ଗ୍ରାହକଙ୍କୁୁ ଅଧିକ ଅର୍ଥ ଭରଣା କରିବାକୁ ହେବ।