ଚୁଟକିରେ ଭଲ ହୋଇଯିବ ଆପଣଙ୍କ ଦେହ, ପ୍ରତିଦିନ ସେବନ କରନ୍ତୁ ଏହି ପତ୍ର

ପ୍ରାଣ ବଂଚାଇଦେବ ଏହି ଘରୋଇ ଉପଚାର। ଏକାଧିକ ରୋଗରୁ ଏହି ଗଛର ପତ୍ର କରିବ ଭଲ ।

ଓଡ଼ିଶା ଭାସ୍କର: ପିଜୁଳିରେ ଅଛି ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ଫାଇବର। ଏହାକୁ ଖାଇବା ମଧ୍ୟ ବହୁତ ସ୍ୱାଦିଷ୍ଟ। କିନ୍ତୁ ଆପଣ ଜାଣିଛନ୍ତି କି ପିଜୁଳି ପତ୍ରରେ ମଧ୍ୟ ଅନେକ ଔଷଧୀୟ ଗୁଣ ଲୁଚି ରହିଛି।

ଲୋକ ପିଜୁଳି ପତ୍ରରୁ ଚା’ ତିଆରି କରି ପିଅନ୍ତି। କିଛି ଲୋକ ପତ୍ରକୁ ଶୁଖାଇ ଏହାର ପାଉଡରକୁ ପାଣିରେ ମିଶାଇ ପିଅନ୍ତି। ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ରର ଉପକାର ବିଷୟରେ…

ପିଜୁଳି ପତ୍ରର ଚା’ ପିଇବା ପରେ ରକ୍ତରେ ଶର୍କରା ସ୍ତର କମିଯାଏ। ଏହି ପ୍ରଭାବ ଦୁଇ ଘଣ୍ଟା ପର୍ୟ୍ୟନ୍ତ ରହିଥାଏ। ଏଥି ସହ, ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେତେବେଳେ ଟାଇପ୍-୨ ମଧୁମେହ ରୋଗୀଙ୍କୁ ପିଜୁଳି ପତ୍ର ଚା ଦିଆଯାଉଥିଲା, ଖାଇବା ପରେ ସେମାନଙ୍କ ରକ୍ତରେ ଶର୍କରା ୧୦ ପ୍ରତିଶତରୁ ଅଧିକ କମିଯାଇଥିଲା।

ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ଦିଏ: ଯଦି ପିରିୟଡ କାରଣରୁ ଆପଣଙ୍କର ଯନ୍ତ୍ରଣା ହେବାର ସମସ୍ୟା ଥାଏ, ତେବେ ପିଜୁଳି ପତ୍ର ଉପଯୋଗୀ ହୋଇପାରେ। ଋତୁସ୍ରାବରେ ପିଜୁଳି ପତ୍ରର ଚା’ ଆରାମ ଦେଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଏହାର ପ୍ରଭାବ ଅଧିକ ସମୟ ରହିଥାଏ।

ଡାଇରିଆରେ ଭଲ କରିବାରେ ସାହାଯ୍ୟ କରେ: ଡାଇରିଆରେ ପିଜୁଳି ପତ୍ର ମଧ୍ୟ ଉପକାରୀ। ଯଦି ଆପଣଙ୍କର ଡାଇରିଆ ସମସ୍ୟା ଦେଖାଦିଏ, ତେବେ ଆପଣ ପତ୍ରକୁ ଚୋବାଇ ଖାଆନ୍ତୁ। ଏହା ଶୀଘ୍ର ଏହି ସମସ୍ୟାକୁ ଭଲ କରିବ। ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପିଜୁଳି ପତ୍ରଗୁଡିକ ମାଇକ୍ରୋବାୟଲ୍। ଏହା ଆପଣଙ୍କ ଅନ୍ତନଳୀରେ ଥିବା କ୍ଷତିକାରକ ମାଇକ୍ରୋବସକୁ ମାରିଦିଏ।