ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ ପର୍ବ। ଏନେଇ ସହରଠୁ ପଲ୍ଲୀ ଯାଏଁ ସବୁଠି ଉତ୍ସବ ମୁଖର ହୋଇଉଠିଛି। ଏହାରି ମଧ୍ୟରେ ବାଣ ବିକ୍ରିକୁ ନେଇ ଗାଇଡଲାଇନ ଜାରି ହୋଇଛି। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବାଣ ଫୁଟିବ। ରାଜଧାନୀର ୨୫ଟି ସ୍ଥାନରେ ଖୋଲାଯିବ ଅସ୍ଥାୟୀ ବାଣ ଦୋକାନ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର। ସେ କହିଛନ୍ତି ଯେ, ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛି। ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି। କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେନି ଦୋକାନୀ। ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ୍ ଦୂରତା ରହିବା ଆବଶ୍ୟକ। ବେଆଇନ ଭାବେ ଗଚ୍ଛିତ ବାଣ ଜବତ ପାଇଁ ପୋଲିସ ଚଢାଉ କରିଛି। ପ୍ରାୟ କୋଡିଏ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୋଲିସ ଜବତ କରିଛି। ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କୋଟିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି।
ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ବାଣ ଫୁଟାଯିବ। ବିପଦଜନକ ବାଣ ଫୁଟା ଓ ବିକ୍ରି ଉପରେ କଟକଣା। ସବୁଜ ବାଣ ବିକ୍ରି ପାଇଁ ଗୁରୁତ୍ୱ ଦିଆଯାଇଛି। ଦୋକାନରେ ୩ ଶହ କିଲୋରୁ ଅଧିକ ବାଣ ରହିବନି। ଦୋକାନ ଦୋକାନ ମଧ୍ୟରେ ୩ ମିଟରର ଦୂରତା ରହିବ। ଦୋକାନ ସାମ୍ନାରେ ୫୦ ମିଟରର ଖାଲି ସ୍ଥାନ ରହିବ। ଦୋକାନ ଚାରିପାଶ୍ୱର୍କୁ ଟିଣରେ ଆବଦ୍ଧ କରାଯିବ। ନିଆଁଲିଭା ଯନ୍ତ୍ର, ଓଦା ଅଖା, ବାଲି ଭର୍ତ୍ତି ଡ୍ରମ ରଖାଯିବ। ଅଗ୍ନିଶମ ବିଭାଗ ଓ ବିଏମସି ନିୟମ ମାନିବାକୁ ଦୋକାନୀ ବାଧ୍ୟ। ନିୟମ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖୁଚୁରା ବାଣ ବିକ୍ରି କଲେ ଏହାକୁ ବେଆଇନ ଦର୍ଶାଯିବ ବୋଲି ଗାଇଡଲାଇନରେ କୁହାଯାଇଛି।