fbpx
BSKY SKY
BSKY SKY

ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଆସିଲା ଗାଇଡଲାଇନ୍: ଜାଣନ୍ତୁ କ’ଣ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ଏକ ଆଦେଶନାମା ଜାରି ହୋଇଛି ।

ବିଏମସି ପକ୍ଷରୁ ଖାଦ୍ୟ ଦୋକାନୀ ଓ ସେମାନଙ୍କର ସଂଗଠନ ପାଇଁ ଗାଇଡଲାଇନ୍ ଜାରି କରିଛି । ଆଦେଶାନୁସାରେ ରାସ୍ତା ଉପରେ, ଫୁଟପାଥ ଏବଂ ଡ୍ରେନ୍ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ । ଗ୍ରାହକଙ୍କ ଗାଡ଼ି ରଖିବା ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନ ଥିବାସ୍ଥାନରେ ଖାଦ୍ୟ ଦୋକାନୀ ବିକ୍ରି କରିପାରିବେ ନାହିଁ । ଏଭଳି କ୍ଷେତ୍ରରେ ସେମାନେ ପାର୍ସଲ ଦେଇପାରିବେ । ଅଥବା ଅନ୍ଲାଇନ୍ ଡେଲିଭରି କରିପାରିବେ ।

ସେହିଭଳି ଖାଦ୍ୟ ଦୋକାନରେ କାମ କରୁଥିବା ବ୍ୟକ୍ତି ପରିଷ୍କାର ପୋଷାକ ପିନ୍ଧିବା (ମୁଣ୍ଡ ଟୋପି, ସଫା ଆପ୍ରନ, ହ୍ୟାଣ୍ଡ ଗ୍ଲୋଭ୍ସ ଏବଂ ଫେସ୍ ମାସ୍କ) ଆବଶ୍ୟକ । ଏହି ଗାଇଡଲାଇନ୍ ଆସିବା ପରେ ଏହାକୁ ଦୃଢ଼ ଭାବେ ବିରୋଧ କରିଛନ୍ତି ନ୍ୟାସନାଲ ହକର୍ସ ଫେଡେରେସନରା ଯୁଗ୍ମ ସଂପାଦକ ପ୍ରତାପ ସାହୁ । ଯଦି ଏହି ଆଇନରେ ବିଏମସି ସଂଶୋଧନ ନଆଣେ ତେବେ ଆଗାମୀ ଦିନରେ ଉଠା ଦୋକାନୀ ମହାସଂଘ ହାଇକୋର୍ଟର ଦ୍ୱାରସ୍ଥ ହେବା ସହ ବିଏମସି ଘେରାଉ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.