fbpx

(ଭିଡ଼ିଓ) ବଡ଼ଦିନ ଓ ନୂଆବର୍ଷ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ କହିଲେ SRC

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ନୂଆ ଗାଇଡଲାଇନର ଅବଧି ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ରହିବ । ଓମିକ୍ରନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ ହୋଇଛି ।

ତେବେ ଗାଇଡଲାଇନ୍ ମୁତାବକ, କେବଳ ଚର୍ଚ୍ଚରେ ବଡ଼ଦିନ ପାଳନ ହେବ । ବଡ଼ଦିନ ପାଳନରେ ମାତ୍ର ୫୦ ଜଣଙ୍କୁ ଅନୁମତି ମିଳିବ । କୋଭିଡ଼ କଟକଣା ମାନି ପାଳନ କରାଯିବ ବଡ଼ଦିନ । ଜିରୋ ନାଇଟ୍ ସେଲିବ୍ରେସନ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ, କ୍ଲବ୍ ଓ ରେଷ୍ଟୁରାଣ୍ଟରେ ନୂଆବର୍ଷ ପାଳନ ମନା ହୋଇଛି । ପାର୍କ, କନଭେନସନ ହଲ ଓ କଲ୍ୟାଣ ମଣ୍ଡପରେ ମଧ୍ୟ ନୂଆବର୍ଷ ପାଳିବା ମନା । ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ୍ ଲାଗିଛି ।

କୋଭିଡ କଟକଣା ଭିତରେ ଶେଷକୃତ୍ୟ ପାଇଁ ଅନୁମତି ରହିଛି । ସମସ୍ତ ପ୍ରକାର ମିଳିତ ଭୋଜି ଉପରେ ମଧ୍ୟରେ ରୋକ୍ ଲାଗିଛି । ରାଲି, ନାଚ, ସଂସ୍କୃତିକ କାର୍ଯ୍ୟକ୍ରମ କରିବା ସମ୍ପୂର୍ଣ୍ଣ ମନା ହୋଇଛି । ଜିଲ୍ଲାପାଳ/କମିଶନରେଟ୍ ପୋଲିସ/ଏମସିଙ୍କୁ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡ଼ିଲେ ଅଧିକ କଟକଣା ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯିବ ବୋଲି ଏସଆରସି କହିଛନ୍ତି ।

 

Get real time updates directly on you device, subscribe now.