fbpx

ସହିଦ ମାଧୋସିଂ ହାତଖର୍ଚ୍ଚ ଯୋଜନା ପାଇଁ ଗାଇଡଲାଇନ ଜାରି: ଏହି ମାଧ୍ୟମରେ ହେବ ଆବେଦନ

ଭୁବନେଶ୍ୱର : ସହିଦ ମାଧୋସିଂ ହାତଖର୍ଚ୍ଚ ଯୋଜନାର ମାର୍ଗଦର୍ଶିକା ଜାରି କରାଯାଇଛି । ଅନୁସୂଚିତ ଜନଜାତି ବର୍ଗ ସହ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଛାତ୍ରଛାତ୍ରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଅନ୍ୟ ଛାତ୍ରବୃତ୍ତି ମିଳୁଥିଲେ ମଧ୍ୟ ସହିଦ ମାଧୋସିଂ ହାତଖର୍ଚ୍ଚ ଯୋଜନାରେ ସେମାନେ ସାମିଲ ହୋଇପାରିବେ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି । ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶା ଷ୍ଟେଟ୍‍ ସ୍କଲାରସିପ୍‍ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ । ସମ୍ପୂର୍ଣ୍ଣ ଯାଞ୍ଚ ପରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯିବ ।

ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ । । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା । ଏହି ଯୋଜନା ପାଇଁ ୧୫୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସରକାରଙ୍କ ଏପରି ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପଆଉଟରୋକାଯାଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ସମସ୍ୟାକୁ ଦୂରେଇବା ପାଇଁ ମୋହନ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Get real time updates directly on you device, subscribe now.