fbpx

ଜାନୁଆରୀ ୪ରେ ଖୋଲିବାକୁ ଯାଉଥିବା ସ୍କୁଲ-କଲେଜକୁ ନେଇ ଆସିଲା ଗାଇଡଲାଇନ୍

ପାଟନା,୨୪ ।୧୨: କରୋନା ଓ ଲକଡାଉନ୍ ଯୋଗୁଁ ୯ ମାସ ଧରି ବନ୍ଦ ହୋଇଥିବା ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକ ନୂଆବର୍ଷରୁ ଖୋଲିବାକୁ ଯାଉଛି । ୪ ଜାନୁଆରୀ ୨୦୨୧ରୁ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ବିହାରରେ ଶିକ୍ଷା ବିଭାଗ ଦ୍ୱାରା ନୂଆ ଗାଇଡଲାଇନ୍ ଜାରି ହୋଇଛି । ନୂଆବର୍ଷରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଥିବା ଲୋକଙ୍କୁ ଶିକ୍ଷା ବିଭାଗର ଏହି ନିର୍ଦ୍ଦେଶାବଳୀ ପାଳନ କରବାକୁ ପଡିବ ।

ଗାଇଡଲାଇନରେ ସାମାଜିକ ଦୂରତା ସହିତ ଛାତ୍ରଛାତ୍ରଙ୍କ ଉପସ୍ଥିତି ପାଇଁ ବିଭିନ୍ନ ମାନଦଣ୍ଡ ସ୍ଥିର କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଗାଇଡଲାଇନରେ ଦିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ବିଷୟରେ…

-୫୦% କ୍ଷମତା ସହିତ ଶିକ୍ଷାନୁଷ୍ଠାନ ଖୋଲାଯିବ ।

– ପ୍ରଥମ ଦିନରେ ୫୦% ଓ ଦ୍ୱିତୀୟ ଦିନରେ ଅନ୍ୟ ୫୦% ଛାତ୍ରଛାତ୍ରୀ ଆସିବେ ।

– ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୨ ଟି ଲେଖାଏଁ ମାସ୍କ ଦିଆଯିବ ।

– କୋଚିଂ ସଂସ୍ଥା ଓ ହଷ୍ଟେଲଗୁଡିକ ପାଇଁ ଗାଇଡଲାଇନ୍ ଜାରି ହୋଇଛି ।

– ପାଣି ଟାଙ୍କି, ରୋଷେଇ ଘର ଓ ୱାଶରୁମକୁ ସାନିଟାଇଜ କରାଯିବ ।

– ଡିଜିଟାଲ ଥର୍ମୋମିଟର, ସାନିଟାଇଜର ଓ ସାବୁନର ସୁବିଧା ଉପଲବ୍ଧ କରାଯିବ ।

– ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ ।

– ଜନଗହଳି ସ୍ଥାନରୁ ଦୂରେଇ ଯିବା ପାଇଁ ନିର୍ଦ୍ଦେଶ ।

Get real time updates directly on you device, subscribe now.