ଖରା ପାଇଁ ଆସିବ ଗାଇଡଲାଇନ, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା
ସ୍କୁଲ କଲେଜ ପାଇଁ ଆସୁଛି ଗାଇଡଲାଇନ, ଖରାକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି
ଭୁବନେଶ୍ୱର: ଖରା ପାଇଁ ଆସିବ ଗାଇଡଲାଇନ। ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଗାଇଡଲାଇନ ଆସୁଛି। ଟାଣ ଖରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡ୍ ଲାଇନ ଆସିବ। ଦିନେ ଦୁଇ ଦିନ ମଧ୍ୟରେ ଗାଇଡ୍ ଲାଇନ ଆସିବ ବୋଲି ସୂଚନା ରହିଛି। ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ସେ କହିଛନ୍ତି ଯେ, ରାଜ୍ୟବାସିଙ୍କ ପାଇଁ ବି ଗାଇଡଲାଇନ ଜାରି କରାଯିବ। ମାର୍ଚ୍ଚ ଆରମ୍ଭରୁ ମୁଣ୍ଡ ଫଟା ଖରା। ଏବେଠୁ ୪୦ ଡିଗ୍ରୀ ମୁହାଁ ତାତି। ଅସ୍ତବ୍ୟସ୍ତ ଜନ ଜୀବନ। ଘରୁ ବାହାରିବାକୁ ବି ଲାଗୁଛି ଡର। ଆଗକୁ କେଉଁ ପରିସ୍ଥିତି ହେବ ଚିନ୍ତାରେ ଲୋକେ। ଟାଇଁ ଟାଇଁ ଖରାକୁ ଉପରମୁହାଁ ପାରଦ।
ଯେଉଁ ସମୟରେ ଖରା ଆରମ୍ଭ ହେବା କଥା ସେହି ସମୟରେ ୩୮ ଡିଗ୍ରୀ ଉପରେ ତାପମାତ୍ରା। ଯଦି ଦେଖିବା କାଲି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ। ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
କେବଳ ବୌଦ୍ଧ ନୁହେଁ ୩୭ ଡିଗ୍ରୀ ଟପିଲାଣି ୧୦ ସହରର ତାପମାତ୍ରା। ଏହାସହ ଚିନ୍ତା ବଢ଼ାଇଲାଣି ପଶ୍ଚିମ ଓଡ଼ିଶା। କାରଣ ୪୦ ଡିଗ୍ରୀ ମୁହାଁ ପଶ୍ଚିମ ଓଡ଼ିଶା ତାପମାତ୍ରା। ରବିବାର ବୌଦ୍ଧ, ବଲାଙ୍ଗୀରରେ ୩୮ ଡିଗ୍ରୀ ଟପିଛି ପାରଦ। ବୌଦ୍ଧରେ ତାପମାତ୍ରା ୩୮ ଦଶମିକ ୨ ଡିଗ୍ରୀ ଛୁଇଁଛି। ଏହାସହ ରାଜଧାନୀରେ ଦିନକରେ ଦୁଇ ଡିଗ୍ରି ତାପମାତ୍ର ବଢିଛି।