ସକାଳୁ ଅଫିସ ଆସ ନହଲେ ଗେଟ୍ ହୋଇଯିବ ବନ୍ଦ! ବିଜେଡିର ବନ୍ଦ ଡାକରାରେ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର: କାଲି ବିଜେଡି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର ।

ସରକାରୀ କର୍ମଚାରୀ ସକାଳ ୯ଟା ୩୦ ମିନିଟ ସୁଦ୍ଧା କାର୍ଯ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସାଢ଼େ ୯ଟା ପରେ ବନ୍ଦ ରହିବ ଲୋକସେବା ଭବନ ଫ୍ରଣ୍ଟ ଗେଟ୍ ।

ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନକର୍ମଚାରୀଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରବେଶ ସମୟରେ ପରିଚୟ ପତ୍ର ଏବଂ ପାସ୍ ବାଧ୍ୟତାମୂଳକ ।

ଫକୀର ମୋହନ ସ୍ୱୟଂଶାସିତ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡି ଆସନ୍ତା କାଲି ବାଲେଶ୍ୱର ବନ୍ଦ ଡାକରା ଦେଇଛି ।

ଜରୁରୀକାଳିନ ସେବାକୁ ଛାଡ଼ିଦେଲେ ଜିଲ୍ଳାରେ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ସବୁ ବନ୍ଦ ରହିବ । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିରୋଧୀ ବିଜେଡି ବନ୍ଦ ଡାକରା ଦେଇଛି ।