ନୁଆଦିଲ୍ଲୀ: ଗୁଜରାଟର ମୋରାବୀ ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଦୁର୍ଘଟଣା । ଏଠାରେ ଥିବା ମଚ୍ଛୁ ନଦୀରେ ଥିବା କେବୁଲ ବ୍ରିଜ ହଟାତ୍ ଭାଙ୍ଗିଯିବାରୁ ଅନେକ ଲୋକେ ଆହତ ହୋଇଛନ୍ତି । ଲୋକମାନଙ୍କୁ ନଦୀରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିକଟରେ ବ୍ରିଜଟି ପୁନଃନିର୍ମାଣ ପରେ ଖୋଲିଥିଲା। ତେବେ ବର୍ତ୍ତମାନ ସୁଧା ଏହି ସୂଚନା ମିଳିପାରି ନାହିଁ ଯେ, ପୋଲ ଭାଙ୍ଗିବା କାରଣରୁ କେତେ ଜଣ ନଦୀରେ ଖସି ପଡ଼ିଛନ୍ତି। ପୋଲିସ ପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
କୁହାଯାଉଛି ଯେ, ଏହି କେବୁଲ ବ୍ରିଜ ବହୁତ ପୁରୁଣା ଅଟେ। ଏବଂ ଏହା ମାତ୍ର ୫ ଦିନ ପୁର୍ବରୁ ପୁନଃନିର୍ମାଣ କରାଯାଇ ଖୋଲାଯାଇଥିଲା। ତେବେ ପୁନଃନିର୍ମାଣ ପରେ ଏତେବଡ଼ ଦୁର୍ଘଟଣା ହେବା ନେଇ ସାଦାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।
#WATCH | Several people feared to be injured after a cable bridge collapsed in the Machchhu river in Gujarat's Morbi area today. Further details awaited. pic.twitter.com/hHZnnHm47L
— ANI (@ANI) October 30, 2022