fbpx
BSKY
BJD YOUTH SKY
BJD MS SKY

ଇସ୍ତଫା ଦେଲେ ବିଧାୟକ: ଗୁଜରାଟରେ AAPକୁ ବଡ଼ ଝଟକା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହୋଇଥିବା ବେଳେ ସେଥିମଧ୍ୟରୁ କିଛି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ ଓ ତେଲେଙ୍ଗାନାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିସାରିଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ପାଇଁ ୩ ଜଣ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷାଣା କରିଛି ବିଜେପି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଗୁଜରାଟର ବିଧାନସଭାର ଆମ୍ ଆଦମୀ ପାର୍ଟି (ଆପ)ର ବିଧାୟକ ଭୂପତ ଭାୟାଣୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଧାୟକ ଭୂପତଙ୍କ ଏହି ପଦକ୍ଷେପ ଫଳରେ ଏବେ ଆପକୁ ଏକ ବଡ଼ ଝଟକା ଲାଗିଛି । ଗୋଟିଏ ପଟେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଅନ୍ୟପଟେ ଆପ ନେତାଙ୍କୁ ନେଇ ଏବେ ଗୁଜରାଟ ହଲଚଲ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ଆପ ଏକ ଜାତୀୟ ଦଳର ମାନ୍ୟତା ଲାଭ କରିଥିଲା । ବର୍ତ୍ତମାନ ଦିଲ୍ଲୀ ଓ ପଞ୍ଜାବ ଦୁଇଟି ରାଜ୍ୟରେ ଦଳ କ୍ଷମତାରେ ରହିଥିବା ବେଳେ କିଛି ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ପ୍ରାର୍ଥୀ ଦେଇଥିଲା । ଗତ ମେ ମାସରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳ ୨୦୮ଟି ଆସନରେ ପ୍ରାର୍ଥୀ ଦେଇ ଅମାନତ ହରାଇଥିଲା । ରାଜ୍ୟରେ ଆପ୍ ମାତ୍ର ୦.୫୮ ପ୍ରତିଶତ ଭୋଟ୍ ପାଇଥିଲା । ସେହିପରି ଗତବର୍ଷ ଅନୁଷ୍ଠିତ ହୋଇଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ଆପ ପ୍ରଥମ ଥର ପାଇଁ ପ୍ରାର୍ଥୀ ଦେଇ ୫ଟି ସିଟ୍ ଅକ୍ତିଆର କରି ବଡ଼ ସଫଳତା ପାଇଥିଲା । ତେଣୁ ରାଜ୍ୟ ବିଧାନସଭାର ବିଧାୟକ ପଦରୁ ଭୂପତ ଇସ୍ତଫା ଦେବା ପରେ ଆପକୁ ଲାଗିଛି ଏକ ବଡ଼ ଝଟକା ।

Get real time updates directly on you device, subscribe now.