fbpx

ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘରେ ଆଗତ ହେଲା ପ୍ରସ୍ତାବ, ସପକ୍ଷରେ ଭୋଟ ଦେଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି । ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ଏହି ଯୁଦ୍ଧରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ଏବେବି ବନ୍ଦି ଅଛନ୍ତି । ତେଣୁ ଏହି ଉଦବେଗଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ମଙ୍ଗଳବାର ଜାତିସଂଘ ମହାସଭା(UNGA)ରେ ଏକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତାବ ଅନୁଯାୟୀ ଗାଜାରେ ଅସ୍ତ୍ରବିରତି ସହିତ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ପାଇଁ ଦାବି କରାଯାଇଥିଲା । ଭାରତ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ଆମେରିକା ଅସ୍ତ୍ରବିରତି ବିପକ୍ଷରେ ଭୋଟ୍ ଦେଇଥିଲା ।

ମଙ୍ଗଳବାର ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭାର ଏକ ଜରୁରୀକାଳୀନ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗାଜାରେ ଅସ୍ତ୍ରବିରତିକୁ ନେଇ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ତେବେ ଉକ୍ତ ପ୍ରସ୍ତାବରେ କେଉଁଠି ବି ହମାସ ନାଁର ଉଲ୍ଲେଖ ନଥିଲା । ଆଲଜିରିଆ, ବାହାରିନ, କୁୱେତ, ଇରାକ, ଓମାନ, କତାର, ସାଉଦି ଆରବ, ୟୁଏଇ, ପାଲେଷ୍ଟାଇନ୍ ଭଳି ଅନେକ ଦେଶ ଏହି ପ୍ରସ୍ତାବ ଏହି ପ୍ରସ୍ତାବ ଆଣିଥିଲେ । ଭାରତ, ଫ୍ରାନ୍ସ, ଚୀନ ସମେତ ୧୫୩ଟି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଥିବା ବେଳେ ଆମେରିକା, ଅଷ୍ଟ୍ରିଆ, ଇସରାଏଲ ଆଦି ଦେଶ ପ୍ରସ୍ତାବକୁ ବିରୋଧ କରିଥିଲେ । ସେହିପରି ୟୁକ୍ରେନ, ଜର୍ମାନୀ, ଆର୍ଜେଣ୍ଟିନା ଭଳି ଅନ୍ୟ ଦେଶ ଭୋଟଦାନରୁ ବିରତ ଥିଲେ ।

ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିକା କୋମ୍ବୋଜ କହିଥିଲେ,‘ ଗାଜାରେ ଉତ୍କଟ ମାନବୀୟ ସଂକଟ ସୃଷ୍ଟି ହେବା ସହିତ ବହୁସଂଖ୍ୟକ ଜୀବନ ହାନୀ ଘଟୁଛି । ବିଶେଷକରି ମହିଳା ଓ ଶିଶୁମାନଙ୍କ ମୃତ୍ୟୁ ହେଉଛି । ସେଠାରେ ସବୁ ପରିସ୍ଥିତିରେ ଆନ୍ତର୍ଜାତୀୟ ମାନବୀୟ ଆଇନ ପାଳନ ହେବା ଆବଶ୍ୟକ । ଏହି ବିବାଦର ସମାଧାନ ପାଇଁ ଦୁଇ-ରାଷ୍ଟ୍ରୀୟ ଶାନ୍ତି ଓ ଦୀର୍ଘସ୍ଥାୟୀ ସମାଧାନର ଉପାୟ ନିମନ୍ତେ ପ୍ରୟାସ କରାଯାଉଛି । ଜାତିସଂଘ ମହାସଭାରେ ଅସିଥିବା ଅସ୍ତ୍ରବିରତି ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ ଦେଇଛି । ’

 

Get real time updates directly on you device, subscribe now.