fbpx

ଟ୍ରଫି ପାଇଁ ୧୩୧ ପାଦ ପଛରେ ଗୁଜୁରାଟ ଟାଇଟନ୍ସ: ସାମନାରେ ରାଜସ୍ଥାନ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାରି ରହିଛଇ ଆଇପିଏଲ-୨୦୨୨ର ସଂଘର୍ଷପୂର୍ଣ୍ଣ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ । ଯାହା ପ୍ରାୟତଃ ତାଙ୍କ ପାଇଁ ଏବଂ ଦଳ ପାଇଁ ଫଳପ୍ରଦ ହୋଇ ପାରିନାହିଁ । ଫାଇନାଲ ଭଳି ମ୍ୟାଚରେ ମାତ୍ର ୧୩୧ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ । ଯାହା ଗୁଜୁରାଟ ଟାଇଟନ୍ସର ବ୍ୟାଟିଂ ଅର୍ଡର ଆଗରେ ସାମାନ୍ୟ ସହଜ ମନେ ହେଉଛି ।

ରାଜସ୍ଥାନ ପକ୍ଷରୁ ପାଳି ଆରମ୍ଭ କରିବାକୁ ମଇଦାନକୁ ଆସିଥିଲେ ସିଜନର ଟପ ସ୍କୋରର ଜୋସ ବଟଲର ଏବଂ ଯଶସ୍ୱୀ ଜଏସ୍ୱାଲ । ଉଭୟ ଭଲ ଧିରେ ଧିରେ ଲୟକୁ ଆସୁଥିବା ସମୟରେ ଝଟକା ଦେଇଥିଲେ ୟଶ ଦୟାଲ । ଚତୁର୍ଥ ଓଭରରେ ୟଶ ଦୟାଲ ଜଏସ୍ୱାଲଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ପରେ ଅଧିନାୟକ ସାମସନ ଏବଂ ବଟଲର ଦଳଗତ ରନକୁ ଆଗକୁ ବଢାଇବାକୁ ଚେଷ୍ଟା କରୁଥିବା ବେଳେ ରାଜସ୍ଥାନ ପାଇଁ ଝଡ ହୋଇ ଆସିଥିଲେ ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ସଞ୍ଜୁ ସାମସନଙ୍କ ୱିକେଟ ନେବା ପରେ ଗୁଜୁରାଟ ମ୍ୟାଚରେ କମବ୍ୟାକ କରିଥିଲା । ଏହିଠାରୁ ରାଜସ୍ଥାନ ଉପରେ ଭାରି ହୋଇପଡିଥିଲେ ଗୁଜୁରାଟର ବୋଲର । ଦଳର ୭୯ ରନରେ ବଟଲରଙ୍କ ୱିକେଟ ମଧ୍ୟ ହାସଲ କରି ନେଇଥିଲେ ହାର୍ଦ୍ଦିକ । ଲଗାତାର ୱିକେଟ ପଡିବାରୁ ଏକ ବଡ ଭାଗିଦାରି କରିବାରେ ଅସମର୍ଥ ହୋଇଥଇଲେ ରାଜସ୍ଥାନର କୌଣସି ବ୍ୟାଟ୍ସମ୍ୟାନ । ଫଳରେ ମାତ୍ର ୧୩୦ରନରେ ହିଁ ଅଟକି ଯାଇଛି ରାଜସ୍ଥାନ ଏବଂ ଗୁଜୁରାଟକୁ ଦେଇଛି ଏକ ସହଜ ଲକ୍ଷ୍ୟ ।

ସେପଟେ ଗୁଜୁରାଟର ବୋଲରମାନଙ୍କ ମଧ୍ୟରୁ ସବୁଠୁ ସଫଳ ବୋଲର ପାଲଟଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ୪ ଓଭରରେ ମାତ୍ର ୧୭ ରନ ଦେଇ ୩ଟି ମୂଲ୍ୟବାନ ୱିକେଟ ନିଜ ଖାତାରେ ଲେଖିଛନ୍ତି ହାର୍ଦ୍ଦିକ । ସଞ୍ଜୁ ସାମସନ, ଜୋସ ବଟଲର ଏବଂ ସିମ୍ରନ ହେଟମାୟାରଙ୍କୁ ଆଉଟ କରି ରାଜସ୍ଥାନର ସବୁ ଭରଷା ଭାଙ୍ଗି ଦେଇଛନ୍ତି ପାଣ୍ଡ୍ୟା । ତାଙ୍କ ପରେ ସାଇ କିଶୋର ୨ ଟି ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ମହମ୍ମଦ ସାମୀ, ୟଶ ଦୟାଲ ଏବଂ ରାଶିଦ ଖାନ ସମସ୍ତଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି । କେବଳ ଲକି ଫର୍ଗୁସନ ୱିକେଟଶୂନ୍ୟ ରହିଛନ୍ତି । ତେବେ ଫାଇନାଲରେ ଟ୍ରଫିକୁ ନିଜ ନାମରେ କରିବା ପାଇଁ ମାତ୍ର ୧୩୧ ରନ ଦୂରରେ ରହିଛି ଗୁଜୁରାଟ ଟାଇଟନ୍ସ ।

Get real time updates directly on you device, subscribe now.