fbpx

ନୂଆ ଜର୍ସି ଲଞ୍ଚ କଲା ଗୁଜୁରାଟ ଟାଇଟନ୍ସ: ଦେଖନ୍ତୁ IPLରେ ହାର୍ଦ୍ଦିକଙ୍କ ନୂଆ ଅବତାର

ନୂଆଦିଲ୍ଳୀ: ଓଚଖ ୨୦୨୨ ପାଇଁ ନିଜର ଜର୍ସି ଲଞ୍ଚ କରିଛି ନୂଆ ଦଳ ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜର୍ସି ଲଞ୍ଚ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦଳର ଅଦିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୋଚ ଆଶିଷ ନେହେରା ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ବ୍ୟତୀତ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

IPL 2022: Gujarat Titans launch NEW JERSEY - Check out
ଗୁଜୁରାଟ ଟାଇଟନ୍ସ ନିଜ ଜର୍ସିରେ ରହିଛି ଗଭୀର ନୀଳ ରଙ୍ଗ । ବାମ ପକ୍ଷରେ ଟିମର ଲୋଗୋ ରହିଛି । ଚଳିତ ଲିଗରେ ଗୁଜୁରାଟ ନିଜର ପ୍ରଥମ ମ୍ୟାଚ ଲକ୍ଷେ୍ନø ସୁପର ଜିଆଣ୍ଟସ ସହିତ ମାର୍ଚ୍ଚ ୨୮ ତାରିଖରେ ଆରମ୍ଭ କରିବ । ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନିଜର ପ୍ରଥମ ମ୍ୟାଚ ଖେଳିବେ ଉଭୟ ଦଳ । ତେବେ ଏହି ମୌକାରେ ହାର୍ଦ୍ଦିକଙ୍କୁ ତାଙ୍କ ବୋଲିଂକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ଏହାକୁ ସରପ୍ରାଇଜ ରଖିବା ପାଇଁ କହିଛନ୍ତି ପାଣ୍ଡ୍ୟା । ଆସନ୍ତାକାଲିଠୁ ମୋଟେରାରେ ନିଜ ଶିବିର ଆରମ୍ଭ କରିବେ ହାର୍ଦ୍ଦିକଙ୍କ ହତିଆର । ତେବେ ନୂଆ ଟିମ, ନୂଆ ଜର୍ସି ଏବଂ ନୂଆ ଆଶା ନେଇ ଚଳିତ IPL ଟୁର୍ଣ୍ଣାମେଣ୍ଟରେ ଓହ୍ଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା ।

Get real time updates directly on you device, subscribe now.