fbpx

ସମ୍ପର୍କରେ ରକ୍ତ ଛିଟା, ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ଗୁରୁତର

ଖଲ୍ଲିକୋଟ,(ଭାସ୍କର ନ୍ୟୁଜ୍‌) :  ଖଲ୍ଲିକୋଟ ଥାନା ଅନ୍ତର୍ଗତ ପିତାପଡ଼ା ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ବୀରେନ ଦଳେଇ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୪ଟି ଗୁଳି ବାଜିଛି । ତାଙ୍କୁ ଏମକେସିଜି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ପରେ ସାନଭାଇ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ ସମ୍ପତ୍ତିବାଡ଼ିକୁ କେନ୍ଦ୍ରକରି ଦୁଇଭାଇଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ତେବେ ଗୁରୁବାର ଏହା ଭୟଙ୍କର ରୂପ ଧାରଣ କରିଥିଲା ।

Get real time updates directly on you device, subscribe now.