fbpx

୩ ସନ୍ତାନର ଜନନୀ ପ୍ରେମିକ ସହ ଫେରାର, ଲୋକ ଲଜ୍ଜ୍ୟା ସହି ନପାରି ଘର ଭିତରେ ଝୁଲିପଡିଲେ ସ୍ୱାମୀ

ବୋଲଗଡ଼, (ଭାସ୍କର ନ୍ୟୁଜ୍‌) : ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ପୋଡ଼ ପାଟଣା ଗ୍ରାମର ସ୍ୱର୍ଗତ ମହେନ୍ଦ୍ର ସେଠୀଙ୍କ ପୁଅ ପଙ୍କଜ ସେଠୀ ବୟସ (୪୭) ଗତ କାଲି ନିଜ ଘରେ ପତ୍ନୀ ବିନା ଆତ୍ମହତ୍ୟା କରିଛନ୍ତି । ଘଟଣାରୁ ପ୍ରକାଶ ଯେ ସ୍ୱର୍ଗତ ପଙ୍କଜର ୨ ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବଡ଼ ଝିଅ ବିବାହିତ ଓ ତାର ଗୋଟିଏ କନ୍ୟା ସନ୍ତାନ ରହିଅଛି । ସାନ ପୁଅ ଓ ଝିଅ ରଜ ପର୍ବ ପାଳନ କରିବା ପାଇଁ ମାମୁଁ ଘରକୁ ଯାଇଥିବା ବେଳେ ପଙ୍କଜର ପତ୍ନୀ ତା’ର ପ୍ରେମିକ ସହିତ ଫେରାର ହୋଇ ଯାଇଛି । ତେଣେ ସ୍ତ୍ରୀ ନ ଫେରିବାରୁ ଲୋକ ଲଜ୍ୟା ହେତୁ ସ୍ୱାମୀ ପଙ୍କଜ ଘରର କବାଟ ବନ୍ଦ କରି ଗତକାଲି ଆତ୍ମହତ୍ୟା କରିଅଛି ।

ଘରୁ ଦୁର୍ଗନ୍ଧ ବାହାରିବାରୁ ମୃତକ ପଙ୍କଜଙ୍କ ବଡ଼ ଭାଇ ରଙ୍କନାଥ ସେଠୀ ଘଟଣା ସମ୍ପର୍କରେ ବାଙ୍କୋଇ ଫାଣ୍ଡି ଅଧିକାରୀ ବିନାୟକ ମନ୍ତ୍ରୀଙ୍କୁ ଜଣାଇଥିଲେ । ଆତ୍ମହତ୍ୟା ଖବର ପାଇ ଫାଣ୍ଡି ଅଧିକାରୀ ଶ୍ରୀ ମନ୍ତ୍ରୀ ଓ ବୋଲଗଡ ଥାନା ଅଧିକାରୀ ବିଦିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ମୃତ ପଙ୍କଜର ଶବକୁ ଜବତ କରି ଶବକୁ ପୋଷ୍ଟମଟମ୍‌ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ପଙ୍କଜ ବିରୋଧରେ କେସ୍‌ ନମ୍ୱର୍‌ ୮/୨୨ ଅନୁସାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅନ୍ୟପଟେ ବିବାହ କରି ୩ଟି ସନ୍ତାନର ଜନନୀ ହେବା ପରେ କିଭଳି ଭାବେ ମୃତ ପଙ୍କଜଙ୍କ ପତ୍ନୀ ପିଲାଙ୍କ ମୁହଁକୁ ନଚାହିଁ ଏଭଳି ଏକ ଅବିବେକୀ ପଦକ୍ଷେପ ନେଲେ ସେନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି ।

Get real time updates directly on you device, subscribe now.