fbpx

ରାଶିଫଳ(ଶୁକ୍ରବାର,୧୭ ଜୁନ,୨୦୨୨)

ମେଷ : ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ । ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ । ସ୍ୱାସ୍ଥ୍ୟରେ ବୃଦ୍ଧି ହେବ । ସହଯୋଗିମାନଙ୍କର ଭଲ ସହଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ଯଶକୀର୍ତ୍ତି ମିଳିବ ।

ବୃଷ : ବିଦ୍ୟାର୍ôଥମାନଙ୍କପାଇଁ ସମୟ କଠିନ ଅଟେ । ପେଟ ସମ୍ବନ୍ଧିତ ରୋଗରେ ମଧ୍ୟ ମନ ଚିନ୍ତିତ ହୋଇପାରେ, ପରନ୍ତୁ ମଧ୍ୟାହ୍ନ ପରେ ରୋଗରେ ଆପଣଙ୍କୁ ଆସ୍ୱସ୍ତି ଅନୁଭବ ହେବ । ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ୱାସ ଏବଂ ମନୋବଳରେ ସମ୍ପୂର୍ଣ୍ଣ କରିବେ ଏବଂ ସେଥିରେ ସଫଳତା ମଧ୍ୟ ମିଳିବ ।

ମିଥୁନ : ଆଜି ଆପଣଙ୍କୁ ଫୂର୍ତ୍ତିର ଅଭାବ ରହିବ । ସ୍ଥାବର ସଂପତ୍ତିର କାଗଜପତ୍ର ବିଷୟରେ ସାବଧାନ ରହିବେ । ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ରହିବ । ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନଅଟେ ।

କର୍କଟ : କୌଣସି କାର୍ଯ୍ୟ ବିନା ବୁଝି ବିଚାରି କରନ୍ତୁ ନାହିଁ । ଆପଣଙ୍କୁ ସ୍ୱଜନମାନଙ୍କ ସହିତ ହୋଇଥିବା ସାକ୍ଷାତର ଆନନ୍ଦ ମିଳିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । ମନରେ ନକାରାତ୍ମକ ବିଚାର ସୃଷ୍ଚି ନ ହେଉ ଏହାର ଧ୍ୟାନ ଦିଅନ୍ତୁ ।

ସିଂହ : ପାରିବାରିକ ସଦସ୍ୟମାନଙ୍କ ସହିତ ଭଲ ସମୟ ବିତିବ । ଆର୍ôଥକ ଲାଭ ହେବାର ସମ୍ଭାବନା ଅଛି । ଭାଇମାନଙ୍କଠାରୁ ଲାଭ ହେବ । ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ । ଆତ୍ମବିଶ୍ୱାସ ଏବଂ ନିର୍ଣ୍ଣୟ ଶକ୍ତିର କାରଣରୁ ଆଜି କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।

କନ୍ୟା: ଆଜିର ଦିନ ଆପଣଙ୍କ ବାଣୀର ପ୍ରଭାବରେ ଆପଣଙ୍କୁ ଲାଭ ହେବ । ଏହା ଅନ୍ୟ ଲୋକମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧରେ ପ୍ରେମର ମଧ୍ୟ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ହେବ । ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ ।

ତୁଳା : କ୍ରୋଧକୁ ନିୟନ୍ତ୍ରଣରେ ରଖିକରି ସ୍ୱଭାବକୁ ମୃଦୁ ବନାଇ ରଖିବେ । ବାଣୀ ଉପରେ ନିୟନ୍ତ୍ରଣ ରଖିବାଯୋଗୁଁ ବାତାବରଣକୁ ଶାନ୍ତ ରଖିବାରେ ଆପଣ ସଫଳ ହୋଇପାରନ୍ତି । ଖର୍ଚ୍ଚର ମାତ୍ରା ଅଧିକ ରହିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଆଜି ବିଗିଡ଼ି ପାରେ ।

ବିଚ୍ଛା : ଜୀବନସାଥୀ ପ୍ରାପ୍ତ ହେବାପାଇଁ ଆଜିର ଦିନ ଶୁଭ ଅଟେ । ଆୟ ଏବଂ ବ୍ୟାପାରରେ ମଧ୍ୟ ବୃଦ୍ଧିର ଯୋଗ ଅଛି । ମିତ୍ରମାନଙ୍କ ସହିତ ଯାତ୍ରା କରିବାକୁ ଯାଇପାରନ୍ତି, ଯେଉଁଠାରେ ଆପଣଙ୍କ ସମୟ ଅଧିକ ଆନନ୍ଦ ପୂର୍ବକ ବିତିବ । ଆପଣଙ୍କ ସ୍ୱଭାବରେ କ୍ରୋଧ ଏବଂ ଉଗ୍ରତା ନ ହେଉ, ଏହାର ଧ୍ୟାନ ରଖିବେ । ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ହେବ । ବ୍ୟବସାୟ ଉପରେ ବାତାବରଣ ଅନୁକୂଳ ହେବ ।

ଧନୁ : ଆଜି ଆପଣଙ୍କ କାର୍ଯ୍ୟର ଯୋଜନା ଭଲ ଭାବରେ ସଂପନ୍ନ ହେବ । ବ୍ୟବସାୟ ରୂପରେ ମଧ୍ୟ ସଫଳତା ପ୍ରାପ୍ତ ହେବ । କାର୍ଯ୍ୟାଳୟରେ ବାତାବରଣ ଅନୁକୂଳ ରହିବ । ପରିବାରରେ ମଧ୍ୟ ଆନନ୍ଦ-ଉଲ୍ଲାସ ରହିବ । ମିତ୍ରମାନଙ୍କ ସହିତ ହୋଇଥିବା ସାକ୍ଷାତଯୋଗୁଁ ମନ ପ୍ରଫୁଲ୍ଲିତ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ଶାରୀରିକ ରୂପରେ ଆଲସ୍ୟ ଅନୁଭବ କରିପାରନ୍ତି । ମନରେ ବ୍ୟଗ୍ରତା ରହିପାରେ ।

ମକର : ଆଜି ବିଦେଶ ଯିବାର ଇଚ୍ଛୁକ ଲୋକମାନଙ୍କ ପାଇଁ ସମ୍ଭାବନା ବଢ଼ିପାରେ । ପରିଜନମାନଙ୍କ ଆନନ୍ଦ-ଉଲ୍ଲାସର ବାତାବରଣ ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରମୋଶନ ହେବ । ଉଚ୍ଚ ଅଧିକାରୀମାନଙ୍କୁ ମଧ୍ୟ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନତା ହେବ । ଧନ ସହିତ ମାନ-ସମ୍ମାନରେ ମଧ୍ୟ ବୃଦ୍ଧି ହେବ ।

କୁମ୍ଭ : ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ । ଯଦି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ ଆପଣ କାହା ସହିତ ଉଗ୍ର ଚର୍ଚ୍ଚା ମନମାଳିନ୍ୟକୁ ଟାଳିବାରେ ସଫଳ ହୋଇ ପାରିବେ । ମଧ୍ୟାହ୍ନ ପରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ । ପ୍ରତ୍ୟେକ କାର୍ଯ୍ୟ ମନୋବଳ ଏବଂ ଆତ୍ମବିଶ୍ୱାସରେ କରିବେ । ଭାଗିଦାରୀରେ ଲାଭ ହେବ ।

ମୀନ : ଆଜିର ଦିନ ଶୁଭଫଳଦାୟୀ ଅଟେ । ମନୋବଳ ଏବଂ ଆତ୍ମବିଶ୍ୱାସ ଅଧିକ ରହିବ । ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ । ପରିବାରର ବାତାବରଣ ମଧ୍ୟ ଶାନ୍ତିପ୍ରଦ ରହିବ । ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ । ବ୍ୟବସାୟ ସ୍ଥଳରେ ସାଥିରେ କାମ କରୁଥିବା ଲୋକଙ୍କର ବ୍ୟବହାର ଆଜି ଭଲ ରହିବ ।

Get real time updates directly on you device, subscribe now.